ପୁଣି ରବି ଶାସ୍ତ୍ରୀ ଇଣ୍ଡିଆର କୋଚ

ମୁମ୍ବାଇ()  ବରିଷ୍ଠ କ୍ରିକେଟର ରବି ଶାସ୍ତ୍ରୀ ପୁଣି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି। ମୁଖ୍ୟ କୋଚ୍ ଙ୍କ ନିଯୁକ୍ତି ସମ୍ପର୍କରେ କପିଲ ଦେବ ଶୁକ୍ରବାର ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଶାସ୍ତ୍ରୀ ୨୦୨୧ ଟି-୨୦ ବିଶ୍ୱକପ୍ ପର୍ୟ୍ୟନ୍ତ ଭାରତୀୟ ଟିମର କୋଚ୍ ଭାବେ ପୁନଃନିଯୁକ୍ତ ହୋଇଥିବା ସୂଚନା ମିଳିଛି।

ମୁଖ୍ୟ କୋଚ୍ ପାଇଁ ଆବେଦନ ପଡିଥିବା ୨୦୦୦ରୁ ଅଧିକ ଆବେଦନପତ୍ରରୁ ବିସିସିଆଇ ମୁଖ୍ୟ କୋଚ ପାଇଁ ୬ ଜଣଙ୍କ ନାମକୁ ସର୍ଟଲିଷ୍ଟ କରିଥିଲା । ଆଉ ଏହି ତାଲିକାରେ ରହିଥିଲେ ରବି ଶାସ୍ତ୍ରୀ, ପୂର୍ବତନ ଭାରତୀୟ କ୍ରିକେଟର ରବିନ ସିଂହ, ଲାଲଚାନ୍ଦ ରାଜପୁତ, ମାଇକ ହସନ, ଟମ ମୁଡୀ ଓ ଫିଲ ସିମୋନ୍ସ । ୬ ଜଣଙ୍କ ମଧ୍ୟରୁ ୫ ଜଣ ମୁଖ୍ୟ କୋଚ ପାଇଁ ଚୟନ କମିଟି ଆଗରେ ବ୍ୟକ୍ତିଗତ ହାଜର ଗୋଇ ସାକ୍ଷାତକାର ଦେଇଥିଲେ । ଶାସ୍ତ୍ରୀ ଏବେ ଇଣ୍ଡିଜ ଗସ୍ତରେ ଥିବାରୁ ତାଙ୍କର ଇଂଟରଭ୍ୟୁ ସ୍କାଏପି ଜରିଆରେ ନିଆଯାଇଥିଲା ।

କୋଚ୍ ଭାବେ ଶାସ୍ତ୍ରୀଙ୍କ ରେକର୍ଡ: ଜୁଲାଇ, ୨୦୧୭ରେ ଶାସ୍ତ୍ରୀ ଭାରତର କୋଚ୍ ଭାବେ ନିଯୁକ୍ତ ହୋଇଥିଲେ। ତାଙ୍କ କାର୍ୟ୍ୟକାଳରେ ଭାରତ ୨୧ଟିରୁ ୧୩ଟି ଟେଷ୍ଟ ମ୍ୟାଚ୍ ଜିତିଛି। ତାଙ୍କର ବିଜୟ ପ୍ରତିଶତ ୫୨.୩୮ ରହିଛି। ସେହିପରି ଟି-୨୦ରେ ୬୯.୪୪ ପ୍ରତିଶତ ସହ ଭାରତ ୩୬ଟିରୁ ୨୫ ମ୍ୟାଚ୍ ଜିତିଛି। ଦିନିକିଆ ମ୍ୟାଚରେ ଏହି ରେକର୍ଡ ୭୧.୬୭ ରହିଛି । ଭାରତ ଏହି ଦୁଇ ବର୍ଷ ମଧ୍ୟରେ ୬୦ ମ୍ୟାଚରୁ ୪୩ ଦିନିକିଆରେ ବିଜୟୀ ହୋଇଛି।

Share

Leave a Reply

Your email address will not be published. Required fields are marked *

fifteen + 9 =