ବ୍ୟାନ ହେଲେ ଗାୟକ ମିକା ସିଂହ

ପାକିସ୍ତାନ ଯାଇ ଗୀତ ଗାଇଅଡୁଆରେ ମିକା ସିଂହ । ତାଙ୍କ ଉପରେ ବ୍ୟାନ୍ ଲଗାଇ ଦେଇଛି ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ୍ (ଏଆଇସିଡବ୍ଲ୍ୟୁଏ)। ସଂଘ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ପାକିସ୍ତାନରେ ଗୀତ ଗାଉଥିବା ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କୁ ନେଇ ଭାରତରେ ଖୁବ୍ ଆଲୋଚନା ହୋଇଛି । ଜମ୍ମୁ-କାଶ୍ମୀରରୁ ୩୭୦ ହଟିବା ପରେ ମିକା ସିଂହଙ୍କ ଏହି ଭିଡିଓ ଭାଇରାଲ୍ ହୋଇଥିଲା ।

ଅଗଷ୍ଟ ୮ ତାରିଖରେ କରାଚିରେ ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ ତଥା ରାଷ୍ଟ୍ରପତି ପରଭେଜ୍ ମୁଶାରଫ୍ଙ୍କ ଜଣେ ଘନିଷ୍ଠ ବନ୍ଧୁଙ୍କ କାର୍ୟ୍ୟକ୍ରମରେ ଗୀତ ଗାଇଥିଲେ। ସେଥିପାଇଁ ବିନା କୌଣସି ସର୍ତ୍ତରେ ତାଙ୍କ ଉପରେ ବ୍ୟାନ୍ ଜାରି କରାଯାଇଛି। ଏହି ବୟାନରେ ଆହୁରି କୁହାଯାଇଛି, ଭାରତରେ ଯେପରି ମିକା ସିଂହଙ୍କ ସହିତ କେହି କାମ ନ କରିବେ, ତାହା ସଂଘର ପ୍ରତ୍ୟେକ ସଦସ୍ୟ ସୁନିଶ୍ଚିତ କରିବେ। ଯଦି ତାଙ୍କ ସହିତ କେହି କାମ କରିବେ, ତା’ହେଲେ ତାଙ୍କ ବିରୋଧରେ ବି କାର୍ୟ୍ୟାନୁଷ୍ଠାନ ନିଆଯିବ।

ଏଥିରେ କୁହାଯାଇଛି, ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଥିବା ବେଳେ ମିକା ସିଂହ ଦେଶ ବଦଳରେ ଅର୍ଥକୁ ଗୁରୁତ୍ୱ ଦେଇଛନ୍ତି । ତେଣୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏ ମାମଲା ହସ୍ତକ୍ଷେପ କରି ତାଙ୍କ ବିରୋଧରେ ଆଇନ ଅନୁସାରେ କାର୍ୟ୍ୟାନୁଷ୍ଠାନ ନେବା ଉଚିତ୍।

ସେପଟେ ବଲିଉଡ୍ ସିଙ୍ଗର ମିକା ସିଂ ପାକିସ୍ତାନରୁ ଇଣ୍ଡିଆ ଫେରିଆସିଛନ୍ତି। ମାତ୍ର ମିକାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି ମିକା ଓ୍ବାଘା ବର୍ଡରରେ ଭାରତ ମାତାର ଜୟଗାନ କରୁଛନ୍ତି। ଭିଡିଓଟିକୁ ମିକା ସ୍ବାଧୀନତା ଦିବସରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରି ମିକା କ୍ୟାପଶନ ଲେଖିଛନ୍ତି, ଭାରତ ମାତାର ଜୟ। ଆମର ଦେଶର ଯବାନମାନଙ୍କୁ ସାଲୁଟ୍ କରୁଛି। କିନ୍ତୁ ମିକାଙ୍କର ଏପରି ଲେଖାରେ ୟୁଜରମାନେ ଖୁସି ନାହାନ୍ତି। ଜଣେ ୟୁଜର ଲେଖିଛନ୍ତି, ଏବେ କ’ଣ ଲାଭ? ପାକିସ୍ତାନରେ ସଂଗୀତ ପରିବେଷଣ କରି ତୁମ କ୍ୟାରିୟର ତ ଗଲା।

Share

Leave a Reply

Your email address will not be published. Required fields are marked *

four × four =