ଆଜିଠାରୁ ଜମ୍ମୁ-କଶ୍ମୀରରେ ସ୍ବାଭାବିକ ହେବ ଫୋନ୍ ସେବା

ନୂଆଦିଲ୍ଲୀ()  ଜମ୍ମୁ-କଶ୍ମୀରରେ ସ୍ବାଭାବିକ ହେବ ଟେଲିଫୋନ୍ ସେବା । ଏନେଇ ସୂଚନା ଦେଇଛନ୍ତି ଜମ୍ମୁ-କଶ୍ମୀରର ମୁଖ୍ୟ ସଚିବ ବିଭିଆର୍ ସୁବ୍ରମଣ୍ୟମ ।

ସେ କହିଛନ୍ତି ଏବେ ସେଠାରେ ସୁରକ୍ଷା ବ୍ୟବସ୍ଥା ସହ ପାଣି, ବିଜୁଳି ଓ ମେଡିକାଲ ସୁବିଧା ଦିଆଯାଉଛି। ଆସନ୍ତା ସୋମବାରଠାରୁ ସବୁ ସ୍କୁଲ ଓ ସରକାରୀ କାର୍ୟ୍ୟାଳୟ ଖୋଲି ଦିଆଯିବ। ପରିସ୍ଥିତିକୁ ଦେଖିଲେ ଏପର୍ୟ୍ୟନ୍ତ ସେଠାରେ କାହାର ମୃତ୍ୟୁ ହୋଇ ନ ଥିବା ବେଳେ କେହି ଆହତ ମଧ୍ୟ ହୋଇ ନାହାଁନ୍ତି। ତେଣୁ ଏବେ ସୁରକ୍ଷା ବ୍ୟବସ୍ଥାକୁ ଦେଖି ଯେଉଁ ସବୁ ପ୍ରତିବନ୍ଧକ ଲଗାଯାଇଥିଲା ସେଥିରେ କୋହଳ କରାଯିବ ବୋଲି କହିଛନ୍ତି ସୁବ୍ରମଣ୍ୟମ୍। ପର୍ୟ୍ୟାୟକ୍ରମେ ଧୀରେ ଧିୀରେ ଟେଲିଫୋନ୍ ଲାଇନ୍ ଖୋଲି ଦିଆଯିବ ବୋଲି ସେ କହିଛନ୍ତି। ହେଲେ ଇଣ୍ଟରନେଟ୍ ସେବାକୁ ନେଇ କିଛି ନିଷ୍ପତ୍ତି ନିଆଯାଇ ନ ଥିବା ସେ କହିଛନ୍ତି। ଆହୁରି ମଧ୍ୟ ୨୨ ଜିଲା ମଧ୍ୟରୁ ୧୨ଟିରେ ସ୍ଥିତି ସ୍ବାଭାବିକ ରହିଛି।

୩୭୦ ଧାରା ଉଚ୍ଛେଦ ନେଇ ଅଗଷ୍ଟ ୫ରେ ଘୋଷଣା ପରେ ଅତିରିକ୍ତ ଭାବେ ୪୦ ହଜାର ସୁରକ୍ଷା କର୍ମୀ ନିୟୋଜିତ ହୋଇଥିବା ବେଳେ ଏହାର ପୂର୍ବ ରାତିଠାରୁ ଜମ୍ମୁ-କଶ୍ମୀରରେ ଫୋନ୍ଲାଇନ୍ ଏବଂ ଇଣ୍ଟରନେଟ୍ ସେବା ଆଦିରେ କଟକଣା ଲାଗୁ କରାଯାଇଛି।

Share

Leave a Reply

Your email address will not be published. Required fields are marked *

two × four =