ମୋଦି କହିଲେ ଫିଟନେସ୍ ରହସ୍ୟ

ନୂଆଦିଲ୍ଲୀ() ଫିଟ୍‌ ଇଣ୍ଡିଆ ମୁଭମେଣ୍ଟର ପ୍ରଥମ ବର୍ଷ ପୂର୍ତି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟନେସ ବାବଦରେ ବହୁ ସେଲିବ୍ରିଟିଙ୍କ ସହ ଆଲୋଚନା କରିଛନ୍ତି। ଏହି ଅନଲାଇନ୍ କନଫରେନ୍ସରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, ଅଭିନେତା ତଥା ମଡେଲ ମିଲିନ୍ଦ ସୋମନ, ନ୍ୟୁଟ୍ରିସନିଷ୍ଟ୍ ବିଶେଷଜ୍ଞ ରୁଜୁତା ଦେବେକର ସାମିଲ ହୋଇଛନ୍ତି। ଏହି ଅବସରରେ ପିଏମ ମୋଦି ନିଜର ଫିଟନେସ୍ ରହସ୍ୟ ସମ୍ପର୍କରେ କହିବା ସହ ତାଙ୍କର ସିକ୍ରେଟ ରେସିପି ସମ୍ପର୍କରେ ମଧ୍ୟ ଜଣାଇଛନ୍ତି।

ନ୍ୟୁଟ୍ରିସନିଷ୍ଟ୍ ରୁଜୁତାଙ୍କ ସହ ମୋଦି ଫିଟ୍ ଇଣ୍ଡିଆ ଅଭିଯାନ ବାବଦରେ ଆଲୋଚନା କଲେ। ରୁଜୁତା କହିଛନ୍ତି ଯେଉଁ ଖାଦ୍ୟ ଆମେ ଖାଉଛେ ସେସବୁ ମଧ୍ୟ ଖାଇ ଆମେ ଫିଟ୍ ରହିପାରିବା। ଏହି କ୍ରମରେ ମୋଦି ତାଙ୍କ ସିକ୍ରେଟ ରେସିପି କଥା ଜଣାଇଲେ ।

ଫିଟ୍ ରହିବା ପାଇଁ ପିଏମ ସଜନାପତ୍ର ପରଟା ଖାଆନ୍ତି। ସପ୍ତାହରେ ଥରେ ନଚେତ ଦୁଇଥର ଏହି ପରଟାକୁ ଯାହା ହେଲେ ବି ଖାଆନ୍ତି। ସସମ୍ତଙ୍କୁ ମଧ୍ୟ ଏହାକୁ ଖାଇବାକୁ ସେ ପରାମର୍ଶ ଦେଇଛନ୍ତି। ଏହା ସହ ମହାମାରୀ କାଳରେ ପିଏମ ତାଙ୍କ ମା’ଙ୍କ ସହ ସପ୍ତାହରେ ଦୁଇ-ତିନିଥର କଥା ହେବାକୁ ଚେଷ୍ଟା କରନ୍ତି। ତାଙ୍କ ମାଆ ମଧ୍ୟ ତାଙ୍କୁ ହେଲଦି ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତି ବୋଲି କହିଛନ୍ତି ମୋଦି।

Share

Leave a Reply

Your email address will not be published. Required fields are marked *

three × 2 =