୬ଟି ପ୍ରସ୍ତାବରେ ମୋହର

ଭୁବନେଶ୍ବର()  ଆଜି କ୍ୟାବିନେଟ ବୈଠକରେ ମୋଟ ୬ଟି ପ୍ରସ୍ତାବ ମନ୍ତ୍ରିମଣ୍ଡଳରେ ଅନୁମୋଦନ ଲାଭ କରିଛି । ଏହି ପ୍ରସ୍ତାବଗୁଡ଼ିକ ଭିତରେ ରାଜ୍ୟରେ ମ୍ୟାରିଟାଇମ ବୋର୍ଡ଼ ଗଠନ ପାଇଁ ରହିଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଲେ ଯେ, ଏହି ପ୍ରସ୍ତାବିତ ବୋର୍ଡକୁ ଆର୍ଥିକ କ୍ଷମତା ଦିଆଯିବ । ବନ୍ଦରଗୁଡ଼ିକରୁ ସଂଗୃହିତ ରାଜସ୍ୱ ଏହି ବୋର୍ଡ ପାଖକୁ ଯିବ । ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୋର୍ଡ ଗଠନ କରାଯିବ ଏବଂ ଏଥିରେ ୧୨ଜଣ ସଦସ୍ୟ ରହିବେ ।

Share

Leave a Reply

Your email address will not be published. Required fields are marked *

fourteen + 12 =