ବିଜେଡି ନେତାଙ୍କୁ ବିଭିନ୍ନ ନିଗମ ଓ ବିଭାଗରେ ନିଯୁକ୍ତି

ଭୁବନେଶ୍ବର () ବିଜେଡି ନେତାମାନଙ୍କୁ ଆଜି ବିଭିନ୍ନ ସରକାରୀ ପଦପଦବୀ ଓ ନିଗମରେ ଥଇଥାନ କରାଯାଇଛି। 10ଜଣ ନେତାଙ୍କୁ ବିଭିନ୍ନ ବିଭାଗରେ ଉପଦେଷ୍ଟା ଏବଂ 23ଜଣଙ୍କୁ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଏଥିସହିତ ଜଣଙ୍କୁ ପଶ୍ଚିମ ଓଡିଶା ସଦସ୍ୟ ଓ ଜଣଙ୍କୁ ଉତ୍କଳ ପ୍ରସଙ୍ଗର ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଭାବେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ନିଯୁକ୍ତି ପାଇଛନ୍ତି । ଲେଲିନ ମହାନ୍ତିଙ୍କୁ ଉକ୍ରଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସମ୍ପାଦକ ଭାବେ ନିଯୁକ୍ତି ମିଳିଥିବା ବେଳେ ସୁଜିତ କୁମାର ସ୍ବତନ୍ତ୍ର ବିକାଶ ପରିଷଦର ଉପଦେଷ୍ଟା ପଦବରେ ନିଯୁକ୍ତି ହୋଇଛି । ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟାର ଉପଦେଷ୍ଟା ନିଯୁକ୍ତି ମିଳିଥିବା ବେଳେ କୃତିବାସ ପାତ୍ରଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଦେବାଶିଷ ମଲ୍ଲିକଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମ, ସୁଲତା ଦେଓଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ, ଜନ୍ମଞ୍ଜୟ ଲୋଙ୍କୁ ଓଡ଼ିଶା ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଏବଂ ରାମଚନ୍ଦ୍ର ପଣ୍ଡାଙ୍କୁ କୃଷି ବିପଣନ ବୋର୍ଡର ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଛି । ସେହିଭଳି ସୁଧୀର ଦାସଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଛି ।

ଦେବାଶିଷ ମହାନ୍ତିଙ୍କୁ ଓଡ଼ିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଈଶ୍ବର ପାଣିଗ୍ରାହୀଙ୍କୁ ଓଡ଼ିଶା ବିହନ ନିଗମ, ପ୍ରଭାଦିତ୍ୟ ମିଶ୍ରଙ୍କୁ ଆପିକଲ୍‍, ଅନୁପ ସାଏଙ୍କୁ ଓଡ଼ିଶା ପଣ୍ୟାଗାର ନିଗମ, ଅସିତ ପଟ୍ଟନାୟକଙ୍କୁ ଓଡ଼ିଶା ମତ୍ସ୍ୟ ବିକାଶ ନିଗମ, ଅମରେନ୍ଦ୍ର ଦାସଙ୍କୁ ଓଡ଼ିଶା କାଜୁ ଉନ୍ନୟନ ନିଗମ, ଲୁଲୁ ଅମାତଙ୍କୁ ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ, ଚିନ୍ମୟ ସାହୁଙ୍କୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ, ଶ୍ରୀମୟୀ ମିଶ୍ରଙ୍କୁ ଓଟିଡିସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି ।

ଅନୁରୂପ ଭାବେ ଅମରେଶ ପତ୍ରୀଙ୍କୁ ଉଠା ଜଳସେଚନ ନିଗମ, ସତ୍ୟବ୍ରତ ତ୍ରିପାଠୀଙ୍କୁ ଓଡ଼ିଶା ଚଳଚ୍ଚିତ୍ର ବିକାଶ ନିଗମ, ବିଜୟ କୁମାର ନାୟକଙ୍କୁ ଓଡ଼ିଶା ରାଜ୍ୟ ଯୁବ କଲ୍ୟାଣ ବୋର୍ଡ, ପ୍ରିୟଦର୍ଶୀ ମିଶ୍ରଙ୍କୁ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ, ସୁବାଷ ସିଂହଙ୍କୁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ସଞ୍ଜିବ ପାଇକରାୟଙ୍କୁ ଓଡ଼ିଶା ଖଦି ବୋର୍ଡ, ଦିଲ୍ଲୀପ ତିର୍କୀଙ୍କୁ ହକି ପ୍ରୋତ୍ସାହନ ପରିଷଦ, ମାନସ ମାଡ଼କାମୀ ମାଲକାନଗିରି ସ୍ବତନ୍ତ୍ର ଉନ୍ନୟନ ପରିଷଦ, ବିନୟ ଟପୋଙ୍କୁ ସୁନ୍ଦରଗଡ଼ ସ୍ବତନ୍ତ୍ର ଉନ୍ନୟନ ପରିଷଦ, ସୁସ୍ମିତା ବାଗଚୀଙ୍କୁ ମୋ ସ୍କୁଲ, ଆକାଶ ଦାସ ନାୟକଙ୍କୁ ମୋ କଲେଜର ଅଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପ୍ରଦାନ କରିଛନ୍ତି ।

ମୀନତି ବେହେରା ମହିଳା କମିଶନ ଅଧ୍ୟକ୍ଷା ହୋଇଥିବା ବେଳେ କସ୍ତୁରୀ ମହାପାତ୍ର ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ସୁଲୋଚନା ଦାସ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷା ହୋଇଥିବା ବେଳେ ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ମିଶନ ଶକ୍ତିର ଉପଦେଷ୍ଟା ପଦବୀରେ ନିଯୁକ୍ତି ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

15 + 2 =