ରାମମନ୍ଦିର ପାଇଁ ମୁସଲିମ ନେତାଙ୍କ ଆର୍ଥିକ ସହାୟତା

ନୁଆଦିଲ୍ଲୀ() ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଗତ ଶନିବାର ଅଯୋଧ୍ୟା ମାମଲାର ରାୟ ଶୁଣାଇ ଥିଲେ । ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ ହେବ ବୋଲି ଘୋଷଣା କରିଥିଲେ। ଏଥିସହ ଅଯୋଧ୍ୟାର ଆଉ ଏକ ସ୍ଥାନରେ ୫ ଏକର ଜମିରେ ମସଜିଦ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସରକାର ଜାଗା ଯୋଗାଇ ଦେବେ ବୋଲି ପ୍ରଧାନ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନବିଚାପତିଙ୍କର ଏହି ଐତିହାସିକ ହିନ୍ଦୁ ମୁସଲମାନ ସମସ୍ତେ ସ୍ୱାଗତ କରିଛନ୍ତି । ମୁସଲିମଙ୍କ ପକ୍ଷ ରଖୁଥିବା ଶିଆ ଓ୍ୱାକଫ ବୋର୍ଡର ଅଧ୍ୟକ୍ଷ ଓ୍ୱାସିମ୍ ରିଜଭୀ ମଧ୍ୟ ସୁପି୍ରମକୋର୍ଟଙ୍କ ରାୟକୁ ପ୍ରସଂଶା କରିଛନ୍ତି । କେବଳ ସେତିକି ନୁହେଁ ସେୁ ରାମ ମନ୍ଦିର ନିର୍ମାଣ ପାଇଁ ସେ ୫୧ ହଜାର ଟଙ୍କା ମଧ୍ୟ ଦାନ କରିଛନ୍ତି। ରିଜଭୀ ଗୁରୁବାର ଏହି ଘୋଷଣା କରିଛନ୍ତି।

ସେ କହିଛନ୍ତି, ‘ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଦୀର୍ଘ ବର୍ଷ ଧରି ଏହି ପୁରୁଣା ମାମଲାରେ ସୁପ୍ରିମକୋର୍ଟ ସଠିକ୍ ନ୍ୟାୟ ପ୍ରଦାନ କରିଛନ୍ତି। ଏବେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି। ରାମ ସମସ୍ତଙ୍କର ଭଗବାନ। ଏବେ ମନ୍ଦିର ନିର୍ମାଣ ପାଇଁ ରାମ ଜନ୍ମଭୂମି ନ୍ୟାସକୁ ଓ୍ୱାସିମ୍ ରିଜଭୀ ଫିଲ୍ମ ତରଫରୁ ୫୧ ହଜାର ଟଙ୍କା ଦାନ କରୁଛି’। ରାମ ମନ୍ଦିର ରାମ ଭକ୍ତ ଏବଂ ଭାରତର ଗର୍ବ। ଆଗାମୀ ଦିନରେ ଶିଆ ଓ୍ୱାକଫ ବୋର୍ଡ ମନ୍ଦିର ନିର୍ମାଣରେ ସହଯୋଗ କରିବ ବୋଲି ସେ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

14 − 13 =