ମୋଦିଙ୍କୁ ଟିକାୟତଙ୍କ କଟାକ୍ଷ

ନୂଆଦିଲ୍ଲୀ: ଶୁକ୍ରବାର ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି କି, ବିବାଦୀୟ ୩ କୃଷି ଆଇନ ପ୍ରତ୍ୟାହାର କରିବା ଲାଗି । ତେବେ ଦୀର୍ଘଦିନ ଧରି ଧାରଣାରେ ବସିଥିବା କୃଷକମାନେ କେବେ ଆନ୍ଦୋଳନରୁ ଓହରିବେ ତାକୁ ଆରମ୍ଭ ହୋଇଛି ଚର୍ଚ୍ଚା । ଏହାରିଭିତରେ ଚାଷୀନେତା ରାକେଶ ଟିକାୟତ ନିଜର ପ୍ରତିକ୍ରିୟାରେ କହିଛନ୍ତି କି, ପ୍ରଧାନମନ୍ତ୍ରୀଙ୍କ କଥାରେ ତାଙ୍କର ବିଶ୍ୱାସ ପାଉନି । ପ୍ରଧାନମନ୍ତ୍ରୀଙ୍କ କଥାରେ କେବଳ ମିଠା ରହିଛି । ଆଗକୁ ନିର୍ବାଚନ ଆସୁଥିବାରୁ ଆନ୍ଦୋଳନରୁ ଓହରିବା ଲାଗି ସେ ଏଭଳି କହିଛନ୍ତି । ୭୫୦ ଜଣ କୃଷକ ପ୍ରାଣ ହରାଇଛନ୍ତି । ୧୦ ହଜାର ମାମଲା ଚାଲିଛି । ବିନା କଥା ବାର୍ତ୍ତାରେ କିପରି ଆନ୍ଦୋଳନ ବନ୍ଦ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ପ୍ରଧାନମନ୍ତ୍ରୀ ଏତେ ମିଠା କହୁଛନ୍ତି ଯେ ମହୁ ବି ପଛରେ ପଡିଯିବ । ଏପରିକି ମିଠାକୁ ପିମ୍ପୁଡି କାଟେ ନାହିଁ ବରଂ ବେଶୀ ମାଛି ଉଡେ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − eleven =