କାହିଁକି ଶର୍ଟଲେସ୍ ହୁଅନ୍ତି ସଲମାନ

ମୁମ୍ବାଇ () ୫୪ ବର୍ଷରେ ପାଦ ଦେଲେ ଦବଙ୍ଗ ଷ୍ଟାର ସଲମାନ ଖାନ । ତେବେ ଏହି ଅବସରରେ ଆସନ୍ତୁ ଜାଣିବା ସଲମାନ ବିଷୟରେ ଅଧିକ କିଛି …
ସଲମାନ ଗୋଟିଏ ସିନ୍ ହେଉ ପଛେ ତାଙ୍କୁ ଶର୍ଟଲେସ୍ ଦେଖିବାକୁ ମିଳିଥାଏ। ସେ କାହିଁକି ଶର୍ଟଲେସ୍ ହୁଅନ୍ତି? ଆସନ୍ତୁ ଜାଣିବା  …

୧୯୯୮ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘ପ୍ୟାର୍ କିୟା ତୋ ଡରନା କ୍ୟା’। ଏଥିରେ ସଲ୍ମାନ୍ ଓ କାଜୋଲ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସେତେବେଳେ ଏହି ଫିଲ୍ମଟି ଯେତିକି ହିଟ୍ ହୋଇଥିଲା, ତା’ଠୁ ଅଧିକ ହିଟ୍ ହୋଇଥିଲା ଏହି ଫିଲର ଗୀତ ‘ଓ ଓ ଜାନେ ଜାନା’ରେ ସଲ୍ମାନ୍ଙ୍କ ଡ୍ୟାନ୍ସ। ଆଜି ବି ଏହି ଡ୍ୟାନ୍ସକୁ ଦର୍ଶକ ପସନ୍ଦ କରନ୍ତି। ଏହି ଗୀତରେ ହିଁ ସଲ୍ମାନ୍ ପ୍ରଥମଥର ପାଇଁ ଶର୍ଟଲେସ୍ ହୋଇଥିଲେ। ହେଲେ ଆପଣ ଜାଣନ୍ତି, ସଲ୍ମାନ୍ ଶର୍ଟଲେସ୍ ହେବା ନେଇ କୋରିଓଗ୍ରାଫର କୌଣସି ଯୋଜନା ରଖି ନଥିଲେ। ଏପରିକି ନିର୍ଦ୍ଦେଶକଙ୍କର ବି ସେମିତି କିଛି ଯୋଜନା ନଥିଲା। ଏକ ଅସୁବିଧାରେ ପଡ଼ି ସଲ୍ମାନ୍ ଶର୍ଟଲେସ୍ ହୋଇଥିଲେ।

ଏକ ସାକ୍ଷାତକାରରେ ସଲମାନ୍ କହିଥିଲେ ଯେ ଏହି ଗୀତ ପାଇଁ ତାଙ୍କୁ ଯେଉଁ ଶର୍ଟ ପିନ୍ଧିବାକୁ ଦିଆଯାଇଥିଲା, ତାହା ତାଙ୍କୁ ଫିଟ୍ ହୋଇ ନଥିଲା। ଅନ୍ୟ କୌଣସି ବିକଳ୍ପ ନଥିବାରୁ ଫିଲ୍ମ ନିର୍ଦ୍ଦେଶକ ତଥା ତାଙ୍କ ଭାଇ ସୋହେଲ୍ ତାଙ୍କୁ ବିନା ଶର୍ଟରେ ଷ୍ଟେଜ୍ ଉପରକୁ ଯିବାକୁ କହିଥିଲେ। ସଲ୍ମାନ୍ ତାଙ୍କ କଥା ମାନିଥିଲେ ଓ ବିନା ଶର୍ଟରେ ଷ୍ଟେଜ୍କୁ ଯାଇଥିଲେ। ଫିଲ୍ମଟି ରିଲିଜ୍ ହେବା ପରେ ଦର୍ଶକଙ୍କୁ ସଲ୍ମାନଙ୍କ ଏହି ଅନ୍ଦାଜ୍ ବେଶ୍ ପସନ୍ଦ ଆସିଥିଲା। ଆଉ ଏହାପରଠାରୁ ସବୁ ଫିଲ୍ମରେ ଏହି ଧାରା ଜାରି ରହିଲା। ଏପରିକି ସଲ୍ମାନ୍ଙ୍କ ଏହି ଟ୍ରେଣ୍ଡ ପରେ ହିଁ ଯୁବପିଢ଼ିଙ୍କ ମଧ୍ୟରେ ବହୁଳ ମାତ୍ରାରେ ବଡିବିଲ୍ଡିଂର ନିଶା ଆରମ୍ଭ ହୋଇଥିଲା।

Share

Leave a Reply

Your email address will not be published. Required fields are marked *

18 + 6 =