ପ୍ରମାଣ ଦେଲେ ରାଜନୀତିରୁ ସନ୍ୟାସ ନେବି : ମହାରଥୀ

ଭୁବନେଶ୍ୱର() ମହାରଥୀଙ୍କ ନାଁରେ ବିଜେପି ଆଣିଥିବା ସାଙ୍ଘାତିକ ଅଭିଯୋଗର ଉତ୍ତର ରଖିଛନ୍ତି ପ୍ରଦୀପ ମହାରଥୀ ।

ତାଙ୍କ ନାଁରେ ଉଠିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ ବୋଲି ମହାରଥୀ କହିଛନ୍ତି । ସାତ ଥର ବିଧାୟକ ଭାବେ ଜିତିଛି । ଶହେ କୋଟି ତ ଦୂରର କଥା ଶହେ ଟଙ୍କାର ଜମି ଦୁର୍ନୀତି ମୋ ନାଁରେ ନାହିଁ । ପିପିଲି କିମ୍ବା ଡେଲାଙ୍ଗରେ ଯଦି ମୁଁ ଜମି ରେଜିଷ୍ଟ୍ରସନ କରିଥିବା ପ୍ରମାଣିତ ହୁଏ ତେବେ ମୁଁ ବିଧାନସଭା ଆସିବିନି । ରାଜନୀତିରୁ ସନ୍ୟାସ ନେବି ବୋଲି ମହାରଥୀ କହିଛନ୍ତି ।

ସୂଚନା ଅନୁସାରେ, ଗତକାଲି ମହାରଥୀଙ୍କ ବିରୋଧରେ ବିଜେପି ସାଂଘାତିକ ଅଭିଯୋଗ ଆଣିଥିଲା । ନିଜ ଫାର୍ମ ହାଉସ ନିକଟରେ ଥିବା ସରକାରୀ ଜମିକୁ ମହାରଥୀ ମାଡି ବସିଥିବା ବିଜେପି ଆରୋପ କରିଥିଲା । ଚଞ୍ଚକତା କରି ୧୦୦ କୋଟିରୁ ଅଧିକ ଟଙ୍କାର ସରକାରୀ ଜମି ଅକ୍ତିଆର କରିଥିବା ପ୍ରେସମିଟ୍ କରି କହିଥିଲେ ଦଳର ନେତା ଗୋଲକ ମହାପାତ୍ର ।

Share

Leave a Reply

Your email address will not be published. Required fields are marked *

four × 2 =