ବାତ୍ୟାରେ ପରିଣତ ହୋଇପାରେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ

ଲଘୁଚାପ କ୍ଷେତ୍ରଟି ଆସନ୍ତାକାଲି ଅବପାତରେ ପରିଣତ ହୋଇପାରେ। ୮ ତାରିଖ ସନ୍ଧ୍ୟା ସୁଦ୍ଧା ଅବପାତ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତିକରି ବାତ୍ୟାରେ ରୂପାନ୍ତରିତ ହେବ। ୮ରେ ବାତ୍ୟାର ରୂପ ନେଇ ୧୦ ସୁଦ୍ଧା ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁପାରେ ବୋଲି ଭୁବନେଶ୍ଵର ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ବାତ୍ୟା ଓଡ଼ିଶା ଓ ଆନ୍ଧ୍ର ଉପକୂଳ ଠାରୁ ୨ ରୁ ୩ ଶହ କି.ମି ଦୂରରେ ରହିପାରେ। ତେବେ ବାତ୍ୟାର ତୀବ୍ରତା, ସ୍ଥଳଭାଗ ଛୁଇଁବା ନେଇ କିଛି ଆକଳନ ହୋଇନାହିଁ। ୮ ତାରିଖରୁ ୧୦ ତାରିଖ ଯାଏଁ ସମୂଦ୍ର ଅଶାନ୍ତ ରହିବ। ତେଣୁ ଏହି ସମୟରେ ମତ୍ସ୍ୟଜିବୀମାନଙ୍କୁ ସମୂଦ୍ର ଭିତରକୁ ନଯିବାକୁ ବାରଣ କରାଯାଇଛି।

Share

Leave a Reply

Your email address will not be published. Required fields are marked *

5 × five =