କାହିଁକି ନିଆଁ ଭିତରକୁ ନିଜର ହାତକୁ ପୂରାଇ ଦେଇଥିଲେ ବାବା

ସ୍ୱାଧିକାର ନ୍ୟୁଜ() ସାଇ ବାବାଙ୍କ ଚମକ୍ରାରିତା ବିଷୟରେ ସମସ୍ତ ଅଳ୍ପବହୁତେ ଜାଣନ୍ତି । କିନ୍ତୁ ବାବାଙ୍କର ସର୍ବବ୍ୟାପକତା ଏବଂ ଦୟାଳୁସ୍ୱଭାବ ବିଷୟରେ ଆସନ୍ତୁ ଜାଣିବା ।

୧୯୧୦ ମସିହାରେ ଦୀପାବଳୀର ସମୟରେ ବାବା ଧୁନି ପାଖରେ ବସି ନିଆଁରେ ନିଜ ଦେହକୁ ସେକି ହେଉଥିଲେ ଏବଂ ଧୁନିରେ କାଠଖଣ୍ଡମାନ ପକାଉଥିଲେ । ଧୁନି ଅତି ପ୍ରଖରଭାବରେ ପ୍ରଜ୍ୱଳିତ ହୋଇଯାଇଥିଲା । କିଛି ସମୟ ପରେ କାଠଖଣ୍ଡ ପକାଇବା ପରିବର୍ତ୍ତେ ବାବା ଯନ୍ତ୍ରଚାଳିତ ଭାବରେ ଅକସ୍ମାତ ଧୁନି ଭିତରକୁ ନିଜର ହାତକୁ ପୂରାଇଦେଲେ । ବାବାଙ୍କର ହାତ ଭୟଙ୍କର ଭାବରେ ଜଳିଗଲା । ମାଧବ ନାମକ ଜଣେ ସେବକ ଏବଂ ମାଧବ ରାଓ ଦେଶପାଣ୍ଡେ ଏହା ଦେଖି ତୁରନ୍ତ ବାବାଙ୍କୁ ବଳପୂର୍ବକ ଧୁନି ପାଖରୁ ପଛକୁ ଟାଣିନେଲେ ।

ମାଧବ ରାଓ ବାବାଙ୍କୁ କହିଲେ, ‘ ହେ ଦେବ! ଆପଣ ଏ କ’ଣ କଲେ’? ବାବା ପ୍ରକୃତିସ୍ଥ ହୋଇ କହିଲେ, ‘ ଏଠାରୁ କିଛି ଦୂରରେ ଗୋଟିଏ କୁମ୍ଭାରୁଣୀ ଚୁଲି ଜଳାଉଥିଲା । ତାହାର ସ୍ୱାମୀ ତାହାକୁ ଡାକିବାରୁ ସେ ଅନ୍ୟ କୌଣସି ବିଷୟ ପ୍ରତି ଧ୍ୟାନ ନଦେଇ ହଠାତ ଉଠି ଚାଲିଗଲା । ସେ ସମୟରେ ତାହାର କୋଳରେ ତାହାର ଶିଶୁ ସନ୍ତାନଟି ଥିଲା ଏବଂ ଦୁର୍ଭାଗ୍ୟବଶତଃ ଶିଶୁଟି ମା’ କୋଳରୁ ଖସିଯାଇ ଚୁଲି ଭିତରେ ପଡିଗଲା । ମୁଁ ତୁରନ୍ତ ହାତପୂରାଇ ଶିଶୁଟିକୁ ନିଆଁରୁ ବାହାରକୁ କାଢି ଆଣିଲି । ମୋ ହାତ ଜଳିଗଲା ତ କଅଣ ହେଲା, ଖୁସିର କଥା ହେଲା ଶିଶୁଟିର ପ୍ରାଣ ପଂଚିଗଲା ।’

Share

Leave a Reply

Your email address will not be published. Required fields are marked *

twenty + 7 =