ଅଖିଳେଶ ଯାଦବଙ୍କ ଲକ୍ଷ୍ନୌ ବାସଭବନ ବାହାରେ ପୁଲିସ ଗାଡ଼ିରେ ନିଆଁ ଲଗାଇ ଦେଲେ ପ୍ରତିବାଦକାରୀ

ଲକ୍ଷ୍ନୌ: ଆଜି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ବାସଭବନ ବାହାରେ ପ୍ରତିବାଦକାରୀମାନେ ଗୋଟାଏ ପୁଲିସ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି।
ଲକ୍ଷ୍ମୀପୁର ଖେରି ଯାତ୍ରାରେ ପୁଲିସ ବାଧା ଦେବାରୁ ନିଜ ବାସଭବନ ନିକଟରେ ଧାରଣା ଦେଇଥିବା ଅଖିଳେଶ ଯାଦବଙ୍କ ଧାରଣାସ୍ଥଳ ଠାରୁ ମାତ୍ର ଅଳ୍ପ କେତେ ମିଟର୍‌ ଦୂରରେ ଘଟଣାଟି ଘଟିଛି।
ପୁଲିସ କର୍ମଚାରୀମାନେ ଗାଡ଼ିରେ ଲାଗିଥିବା ନିଆଁ ଲିଭାଇବାକୁ ଉଦ୍ୟମ କରୁଥିବା ଦୃଶ୍ୟ ଗୋଟାଏ ଭିଡିଓରେ ଦେଖାଯାଉଛି। ଜଣେ ପୁଲିସ କର୍ମଚାରୀ କହିଛନ୍ତି, କିଏ ନିଆଁ ଲଗାଇଲା ମୁଁ ଜାଣେନି। ଆମେ ଭିତରକୁ ଯାଇଥିବା ବେଳେ କେହି ନିଆଁ ଲଗାଇ ଦେଇଛି।

Share

Leave a Reply

Your email address will not be published. Required fields are marked *

1 × three =