ପିଓକେର ଭୂକମ୍ପ ଯୋଗୁଁ ୫ ମୃତ, ୫୦ ଆହତ

ପାକିସ୍ଥାନରେ ଲାହୋର ନିକଟସ୍ଥ ଜାଟଲାନ ଅଞ୍ଚଳରେ ହୋଇଥିବା ଭୂମିକମ୍ପ ଯୋଗୁଁ ଭୟଙ୍କର କ୍ଷୟକ୍ଷତି ହୋଇଛି । ଭୂମିକମ୍ପ ଯୋଗୁଁ ପିଓକେରେ ଅନେକ ଘର ଭାଙ୍ଗିଯାଇଛି । କେବଳ ସେତିକି ନୁହେଁ ଅନେକ ରାସ୍ତା ଘାଟ ଧସିଯିବା ସହ ଗାଡିମଟର ଘାଟୀ ରାସ୍ତାର ତଳକୁ ଖସି ପଡିଛି । ଭୂମିକମ୍ପ ଏତେ ଭୟାନକ ଥିଲା ଯେ ପାହାଡ ଉପରେ ରାସ୍ତା ସମ୍ପୂର୍ଣ୍ଣ ରୂପେ ଧସିଯାଇଛି । ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ବୋଲି ଜଣାପଡିଛି ।

ଉତ୍ତର ଭାରତର ଅନେକ ଅଞ୍ଚଳରେ ଆଜି ଭୂକମ୍ପ ଅନୁଭୂତ ହୋଇଛି । ଦିଲ୍ଲୀ ଏନସିଆରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିବାବେଳେ କାଶ୍ମୀରରେ ବି ତୀବ୍ର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ସେହିପରି ପଞ୍ଜାବ ଓ ହରିୟାଣାରେ ବି ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଲୋକ ଭୟଭୀତ ହୋଇ ଘରୁ ବାହାରିଆସିଥିଲେ ।

Share

Leave a Reply

Your email address will not be published. Required fields are marked *

eight + 15 =