ଦୀର୍ଘଦିନ ପରେ କମିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଉପନିର୍ବାଚନ ପରାଜୟ ପରେ ବୁଦ୍ଧି ଶିଖିଲେ କେନ୍ଦ୍ର ସରକାର । ତୈଳ ଦର ଉପରୁ ଏକସାଇଜ୍ ଡ୍ୟୁଟି କମାଇଛି କେନ୍ଦ୍ର । ପେଟ୍ରୋଲ ଓ ଡିଜେଲ ଦର କମିଛି । ଫଳରେ ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ପେଟ୍ରୋଲ ଉପରୁ ୫ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କାର ଏକସାଇଜ୍ ଡ୍ୟୁଟି ହ୍ରାସ କରାଯାଇଛି। ଏହା ସହିତ ରାଜ୍ୟ ମାନଙ୍କୁ ଭାଟ କମାଇବାକୁ କେନ୍ଦ୍ର ସରକାର ଅପିଲ କରିଛନ୍ତି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬ଟଙ୍କା ୧୫ପଇସା ଓ ଡିଜେଲ ଲିଟର ପିଛା ୧୨ ଟଙ୍କା ୮୮ ପଇସା କମିଛି ।

ତେବେ ବର୍ତ୍ତମାନ ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ ଦର ୧୦୪ ଟଙ୍କା ୮୮ ପଇସା ଓ ଡିଜେଲ ଲିଟର ପିଛା ଦର ୯୪ ଟଙ୍କା ୫୧ ପଇସାକୁ ହ୍ରାସ ପାଇଛି । ପୂର୍ବରୁ ପେଟ୍ରୋଲ ଲିଟର ୧୧୧ ଟଙ୍କା ୩ ପଇସା ଥିଲା। ଓ ଡିଜେଲ ଦର ଲିଟର ପିଛା ୧୦୭ ଟଙ୍କା ୩୮ ପଇସା ଥିଲା । ଏହି ନୂଆ ଦର ଗତକାଲି ରାତି ୧୨ଟାରେ ଲାଗୁ ହୋଇଛି। ଫଳରେ ଲଗାତାର ବଢୁଥିବା ତୈଳ ଦର ଚିନ୍ତାରୁ ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି ଖାଉଟି । ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୨୦ ଟଙ୍କା ପହଞ୍ଚିଥିଲା। ଫଳରେ ଅସନ୍ତୋଷ ପ୍ରକାଶ କରିଥିଲେ ଜନତା ।

Share

Leave a Reply

Your email address will not be published. Required fields are marked *

10 − seven =