ବଡ଼ଦାଣ୍ଡରେ କାଉଁରିଆ ଜାଳି ବଡ଼ବଡ଼ୁଆ ଡାକ ମନା

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଆଲୋକର ପର୍ବ ଦୀପାବଳି ପାଳନ ହେଉଛି । ଏହି ଅବସରରେ ପୟା ଶ୍ରାଦ୍ଧ ଦିଆଯିବ । ଏଥର ବଡ଼ଦାଣ୍ଡରେ କାଉଁରିଆ ଜାଳି ବଡ଼ବଡ଼ୁଆ ଡାକ ମନା । ପ୍ରାତଃ ୪ଟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ସିଂହଦ୍ୱାର ଓ ତାର ଆଖପାଖରେ ୧୪୪ ଧାରା ଜାରି ହୋଇଛି । ପ୍ରବଳ ଭିଡ଼, ପ୍ରଦୂଷଣ ତଥା ସଂକ୍ରମଣ ରୋକିବାକୁ ପ୍ରଶାସନ ଏହି ପଦକ୍ଷେପ ନେଇଛି । ସନ୍ଧ୍ୟାରେ ଘରେ ଘରେ ଦୀପ ଜଳିବ । ଅନୁଷ୍ଠାନ ଉଜ୍ୱଳ ଆଲୋକମାଳାରେ ସୁସଜ୍ଜିତ ହେବ । ଏହି ପର୍ବରେ ଶ୍ରୀମନ୍ଦିରରେ ସେଭଳି କିଛି ସ୍ୱତନ୍ତ୍ର ନୀତି ନାହିଁ । ଶ୍ରୀମନ୍ଦିରରେ ଅମାବାସ୍ୟାର ନୀତି ହେବ । ସେବାୟତଙ୍କ ଗହଣରେ ନାରାୟଣ ମହାପ୍ରଭୁ ଯାଇ ମହୋଦଧି କୂଳରେ ବିଜେ ହେବେ । ଶ୍ରୀମନ୍ଦିରରେ ସକାଳ ଧୂପ ପରେ ମହାପ୍ରଭୁଙ୍କ ମାଜଣା ଓ ସନ୍ଧ୍ୟା ଧୂପ ପରେ ଏକାନ୍ତ ନୀତି ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି ।

Share

Leave a Reply

Your email address will not be published. Required fields are marked *

sixteen − 7 =