ପୁଣି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲା ପବନ

ନୂଆଦିଲ୍ଲୀ() ପୁଣି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲା ପବନ । ଫାଶୀ ବଦଳରେ ଆଜୀବନ କାରାଦଣ୍ଡ ପାଇଁ ସୁପ୍ରିମକୋର୍ଟରେ ଦାଖଲ କଲା କ୍ୟୁରେଟିଭ୍ ପିଟିସନ୍ ।

ସୂଚନା ଅନୁସାରେ, ମାର୍ଚ୍ଚ ୩ ନିର୍ଭୟା ଦୋଷୀଙ୍କ ନୂଆ ଫାଶୀ ତାରିଖ । ସକାଳ ୬ଟାରେ ୪ ଦୋଷୀଙ୍କୁ ମିଳିବା ନେଇ ପୂର୍ବରୁ ରାୟ ଶୁଣାଇଛନ୍ତି ପଟିୟାଲା ହାଉସକୋର୍ଟ । ଏହି ଫାଶୀ ତାରିଖ ସାମ୍ନାକୁ ଆସିବା ପରେ ପୁରା ବିଚଳିତ ହୋଇଉଠିଛି ଦୋଷୀ ପବନ ଗୁପ୍ତା । ସେହିପରି ଗତ କିଛି ଦିନ ପୂର୍ବେ ଦୋଷୀ ବିନୟ ଶର୍ମା ମଧ୍ୟ ଫାଶୀ କଥା ଶୁଣି ଜେଲ ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିଲା । ନିଜକୁ ଆଘାତ ପହଞ୍ଚାଇବାକୁ ବିନୟ ଜେଲ୍ କାନ୍ଥରେ ମୁଣ୍ଡ ପିଟିଥିବା କଥା ଜଣାପଡ଼ିଥିଲା ।

Share

Leave a Reply

Your email address will not be published. Required fields are marked *

three × 4 =