ହୋମଗାର୍ଡମାନଙ୍କ ପାଇଁ ଖୁସି ଖବର ଆଣିଲେ ହାଇକୋର୍ଟ

କଟକ() ହୋମଗାର୍ଡମାନଙ୍କ ପାଇଁ ଖୁସି ଖବର ଆଣିଲେ ହାଇକୋର୍ଟ । ହୋମଗାର୍ଡଙ୍କ ମାନ୍ୟତା ବଢାଇ ଦରମା ଦେବାକୁ ନିର୍ଦ୍ଦେଶ ହୋଇଛି । ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ । ଜାନୁଆରୀ ୧ରୁ ପିଛିଲା ଭାବେ ଦୈନିକ ୫ ଶହ ଟଙ୍କା ଦେବାକୁ ନିର୍ଦ୍ଦେଶ ହୋଇଛି । ମାସକ ମଧ୍ୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଲାଗୁ କରିବାକୁ କହିଲେ ହାଇକୋର୍ଟ ।

ସୂଚନା ଅନୁସାରେ, ୨୦୧୬ରେ ହୋମଗାର୍ଡଙ୍କୁ ସର୍ବନିମ୍ନ ପୋଲିସ କର୍ମଚାରୀଙ୍କ ଦରମା ଦେବାକୁ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ୮ଟି ରାଜ୍ୟରେ ଏହା ମଧ୍ୟରେ ଲାଗୁହୋଇଥିଲେ ଓଡିଶା ଏହାକୁ ଲାଗୁ କରିନଥିଲା । ଏହାକୁ ଚାଲେଂଜ କରି ହାଇକୋର୍ଟ ଯାଇଥିଲେ ହୋମଗାର୍ଡ । ଏବେ ରାଜ୍ୟରେ ମୋଟ ୧୭,୬୭୫ ହୋମଗାର୍ଡ କାର୍ଯ୍ୟରତ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

eleven − three =