ଶ୍ରୀମନ୍ଦିର ଫଟୋ ଭାଇରଲ ଘଟଣାର ତଦନ୍ତ ନିର୍ଦ୍ଦେଶ

ପୁରୀ: ଶ୍ରୀମନ୍ଦିର ଭିତର ଫଟୋ ଭାଇରଲ ଘଟଣାର ହେବ କଡା ତଦନ୍ତ । ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ | ପୁଣି ଶ୍ରୀମନ୍ଦିର ଭିତରର ଫଟୋ ସୋସିଆଲ ମିଡ଼ିଆରେ ଭାଇରଲ ହେବାପରେ ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଛି ବଡ଼ ପ୍ରଶ୍ନ | ସୋସିଆଲ୍‌ ମିଡିଆରେ ମନ୍ଦିରର ଫଟୋ ଛଡ଼ା ଯିବାକୁ ନେଇ ପୁଣି ବିବାଦ ଆରମ୍ଭ ହୋଇଯାଇଛି । ଇନ୍‌ଷ୍ଟାଗ୍ରାମ୍‌ରେ ଇଣ୍ଡିଆନ୍‌ ଟେମ୍ପୁଲସ ନାମକ ଏକ ଆଇଡ଼ିରେ ଶ୍ରୀମନ୍ଦିର ଭିତର ଫଟୋ ଅପଲୋଡ୍ ହୋଇଛି।

ବାରମ୍ବାର ଶ୍ରୀମନ୍ଦିର ଭିତରର ଫଟୋ ଭାଇରଲକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ସିଧାସଳଖ ଆଙ୍ଗୁଠି ଉଠା ଯାଇଛି | ସୁରକ୍ଷା ଢିଲା ଯୋଗୁଁ ଏହି ଫଟୋ ଇନଷ୍ଟାଗ୍ରାମରେ ଘୁରି ବୁଲୁଚି ବୋଲି ଅନୁମାନ କରାଯାଉଛି | ଫେବୃଆରୀ ୨ ତାରିଖ ଦିନ ଏହି ଫଟୋ ଅପଲୋଡ଼ ହୋଇଥିବା ବେଳେ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁ ମନ୍ଦିରର ସିଂହଦ୍ୱାର ଦେଇ ପ୍ରବେଶ କରୁଥିଲେ | ସିଂହଦ୍ୱାର ନିକଟରେ ସ୍ୱତନ୍ତ୍ର ଚେକିଂର ବ୍ୟବସ୍ଥା ରହିଥିବା ବେଳେ କିଭଳି ଭକ୍ତ ଜଣଙ୍କ ଭିତରକୁ ମୋବାଇଲ ନେଇ ଯିବା ସହ ଫଟୋ ମଧ୍ୟ ଉତ୍ତୋଳନ କଲେ ଏବଂ ସୋସିଆଲ ମିଡ଼ିଆରେ ଭାଇରଲ କଲେ ତାହା ହେଉଛି ସବୁଠୁ ବଡ ପ୍ରଶ୍ନ |

Share

Leave a Reply

Your email address will not be published. Required fields are marked *

14 − eleven =