ଦେଶରେ ଲାଗୁ ହେବ ‘ୱାନ ନେସନ, ୱାନ ପେ ଡେ

ନୂଆଦିଲ୍ଲୀ()କେନ୍ଦ୍ର ସରକାର ଏକ ରାଷ୍ଟ୍ର, ଏକ ଦିନରେ ବେତନ ବ୍ୟବସ୍ଥା ଲାଗୁ କରିବା ନେଇ ବିଚାର ବିମର୍ଷ କରୁଛନ୍ତି । ଗତକାଲି ଏନେଇ କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ସୂଚନା ଦେଇଛନ୍ତି ।

ଗଙ୍ଗୱାର କହିଛନ୍ତି ଯେ, ଦରମା ପ୍ରଦାନ କ୍ଷେତ୍ରରେ ଏଣିକି ସାରା ଦେଶରେ ଗୋଟିଏ ସମାନ ବ୍ୟବସ୍ଥା ରହିବା ଦରକାର । ଯାହା ଫଳରେ ସମଗ୍ର ଦେଶରେ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା କର୍ମଚାରୀମାନେ ପ୍ରତି ମାସରେ ଏକ ନିର୍ଧାରିତ ସମୟରେ ଦରମା ପାଇ ପାରିବେ । ତେବେ ଖୋଦ୍ ପ୍ରଧାନମନ୍ତ୍ରୀ ଏସଂକ୍ରାନ୍ତରେ ବ୍ୟକ୍ତିଗତ ଭାବେ ଏକ ବିଧେୟକକୁ ସଂସଦରେ ମଂଜୁରି କରାଇବାକୁ ଇଚ୍ଛାପ୍ରକାଶ କରିଥିବା ନେଇ କେନ୍ଦ୍ର ଶ୍ରମ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − ten =