ପେଟ୍ରୋଲ ଓ ଡିଜେଲ ଉପରୁ ଶୁଳ୍କ ହ୍ରାସ ପାଇବନି : ଜେଟଲି

ନୂଆଦିଲ୍ଲୀ () : ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କରେ ହ୍ରାସ କରାଯିବାର ସମ୍ଭାବନା ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସ୍ପଷ୍ଟ କରିଛନ୍ତି । ଏଭଳି କୌଣସି ପଦକ୍ଷେପ କ୍ଷତିକାରକ ହେବ ବୋଲି ସେ କହିଛନ୍ତି । ଦେଶର ନାଗରିକମାନେ ସାଧୁତାର ସହ ନିଜ ଭାଗର ଟିକସ୍ ପୈଠ କଲେ ରାଜସ୍ବ ପାଇଁ ପେଟ୍ରୋଲିୟମ ପଦାର୍ଥ ଉପରେ ସରକାର ନିର୍ଭରତା ହ୍ରାସ ପାଇବ ଓ ଭବିଷ୍ୟତରେ ଏଭଳି ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ ଦର୍ଶାଇଛନ୍ତି ।

ଏକ ଫେସ୍ୱବୁକ୍ ପୋଷ୍ଟରେ ଜେଟଲି ଲେଖିଛନ୍ତି ଯେ କେବଳ ବେତନଭୋଗୀ ବର୍ଗ ନିଜ ଭାଗର ଟିକସ୍ ପ୍ରଦାନ କରୁଛନ୍ତି । ଅନ୍ୟ ବର୍ଗର ଲୋକମାନଙ୍କୁ ମଧ୍ୟ ନିଜ ଭାଗର ଟିକସ୍ ଦେବା ଆବଶ୍ୟକ ଓ ଟିକସ୍ ପ୍ରଦାନ ଜନିତ ରେକର୍ଡକୁ ସୁଧାରିବା ଆବଶ୍ୟକ । ସମସ୍ତ ବର୍ଗର ଲୋକ ଠିକ୍ ଭାବେ ଟିକସ୍ ପ୍ରଦାନ କରୁନଥିବାରୁ ଭାରତ ଏପର୍ଯ୍ୟନ୍ତ ଟିକସ୍ ଅନୁପାଳନ କରୁଥିବା ସମାଜ ହୋଇପାରିନାହିଁ । ଲୋକ ଯଦି ଠିକ ଭାବେ ଟିକସ୍ ପ୍ରଦାନ କରିବେ ତେବେ ପେଟ୍ରୋଲ ଓ ଡିଜେଲ ଭଳି ପେଟ୍ରୋଲିୟମ ଉତ୍ପାଦ ଉପରେ ରାଜସ୍ବ ପାଇଁ ନିର୍ଭରତା ହ୍ରାସ ପାଇବ । ଏବେ ମଧ୍ୟମ କିମ୍ବା ଦୀର୍ଘ ମିଆଦି କ୍ଷେତ୍ରରେ ରାଜକୋଷ ଗଣିତରେ କୌଣସି ପ୍ରକାର ପରିବର୍ତ୍ତନ ପ୍ରତିକୂଳ ସାବ୍ୟସ୍ତ ହୋଇପାରେ । ଗତ ୪ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ଟିକସ୍ ଜିଡିପି ଅନୁପାତ ୧୦%ରୁ ସୁଧୁରି ୧୧.୫%ରେ ପହଞ୍ଚିଛି ।

ଏହା ମଧ୍ୟରେ ୦.୭୨% ଜିଡିପି ଅଣତୈଳ ଉତ୍ପାଦରେ ଟିକସ୍ ବୃଦ୍ଧି ଯୋଗୁଁ ହୋଇଛି । ୨୦୧୭-୧୮ରେ ଅଣତୈଳ ଟିକସ୍ରୁ ଜିଡିପି ଅନୁପାତ ୨୦୧୭-୧୮ରେ ୯.୮% ରହିଥିଲା । ୨୦୦୭-୦୮ରେ ଅଣତୈଳ ଉତ୍ପାଦରେ ଟିକସ୍ ଅଭିବୃଦ୍ଧି କ୍ଷେତ୍ରରେ ଏହା ସର୍ବୋଚ୍ଚ ସ୍ତରରେ ରହିଛି । ରାଜକୋଷ ପାଇଁ ଅନୁଶାସନ ପାଳନ ନକଲେ ଅଧିକ ଋଣ ନେବାକୁ ପଡ଼ିଥାଏ ଓ ଋଣ ବାବଦ ସୁଧ ବଢିଥାଏ । ଉପଭୋକ୍ତାଙ୍କୁ ରିହାତି କେବଳ ପୂର୍ଣ୍ଣ ରାଜକୋଷ ଏବଂ ଆର୍ଥିକ ଦୃଷ୍ଟରୁ ମଜଭୁତ କେନ୍ଦ୍ର ଏବଂ ରାଜ୍ୟ ସରକାର ଦେଇପାରିବେ । ତୈଳ ଦରରେ ବୃଦ୍ଧି ଯୋଗୁଁ ରାଜ୍ୟ ଏବଂ କେନ୍ଦ୍ରକୁ ଅତିରିକ୍ତ ରାଜସ୍ବ ମିଳୁଛି । ଅଣତୈଳ ଉତ୍ପାଦରୁ ସେଭଳି ଟିକସ୍ ମିଳୁନଥିବାରୁ ଟିକସ୍ ପାଇଁ ପେଟ୍ରୋଲିୟମ ଉତ୍ପାଦ ଉପରେ ନିର୍ଭର କରିବାକୁ ପଡୁଛି । ବେତନଭୋଗୀଙ୍କ ଭଳି ଅନ୍ୟ ବର୍ଗର ଲୋକମାନେ ଠିକ୍ ଭାବେ କର ପ୍ରଦାନ କଲେ ଏହି ସମସ୍ୟାର ସମାଧାନ ହୋଇପାରିବ ।

Share

Leave a Reply

Your email address will not be published. Required fields are marked *

5 × two =