କଂଗ୍ରେସକୁ ବିପୁଳ ସଫଳତା ମିଳିବ : ନିରଞ୍ଜନ

ତୃତୀୟ ପର୍ୟ୍ୟାୟରେ ରାଜ୍ୟର ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଆଜି ଭୋଟଗ୍ରହଣ ହୋଇଛି । ନେତାଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇସାରିଛି ।

ମତଦାନ ପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନ କହିଛନ୍ତି, ବିଜେପି ଓ ବିଜେଡି ନିର୍ବାଚନରେ ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ରାଜ୍ୟବାସୀ ନିଶ୍ଚିତ ଭାବେ କଂଗ୍ରେସକୁ ଭରସା କରିବେ । ଚଳିତ ନିର୍ବାଚନରେ ଓଡିଶାରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ଦମ୍ଭୋକ୍ତି ବାଢିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଆହୁରି ନିରଞ୍ଜନ କହିଛନ୍ତି କଂଗ୍ରେସକୁ ବିପୁଳ ସଫଳତା ମିଳିବ ।କେବଳ କଂଗ୍ରେସରେ ନୁହେଁ, ସବୁ ଦଳରେ ବଂଶବାଦ ରାଜନୀତି ଚାଲିଛି । ତେବେ ଚଳିତ ନିର୍ବାଚନରେ ଦୁଇ ଦୁଇଟି ଆସନରୁ ନିର୍ବାଚନ ଲଢୁଛନ୍ତି ପିସିସି ସଭାପତି । ଭଦ୍ରକ ଭଣ୍ଡାରିପୋଖରି ଏବଂ କେନ୍ଦୁଝର ଘଷିପୁରା ଆସନରୁ ଭାଗ୍ୟ ପରୀକ୍ଷା କରୁଛନ୍ତି ନିରଞ୍ଜନ ।

Share

Leave a Reply

Your email address will not be published. Required fields are marked *

4 × two =