ସତ୍ୟନଗର ଶ୍ମସାନରେ ବିଜୟଙ୍କର ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ବର() ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କର ଗତକାଲି ପରଲୋକ ହୋଇଯାଇଛି । ଏନେଇ ଆଜି ତାଙ୍କ ମରଶରୀରକୁ ଉତ୍କଳ ସଙ୍ଗୀତ ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରୀୟ ସମ୍ମାନ ଦିଆଯାଇଥିଲା। ଏହାପରେ ଭୁବନେଶ୍ୱର ସତ୍ୟନଗର ଶ୍ମସାନରେ ବିଜୟଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସଙ୍ଗୀତ ମହାବିଦ୍ୟାଳୟରେ ଅନେକ ବିଶିଷ୍ଟ ବ୍ୟକ୍ତି ଦର୍ଶନ କରିଛନ୍ତି ।

ତେବେ ଗତ ମେ ମାସରେ ଛାତିରେ ଯନ୍ତ୍ରଣା କାରଣରୁ ବିଜୟ ମହାନ୍ତିଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା କରାଯାଉଥିଲା । ଜୁନ୍ ୧୪ରେ ହାଇଦ୍ରାବାଦରୁ ଭୁବନେଶ୍ୱର ଫେରି କେୟାର ହସ୍ପିଟାଲରେ ଚିକିତ୍ସା ହେଉଥିଲେ ବିଜୟ । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଗତ ସନ୍ଧ୍ୟାରେ ତାଙ୍କୁ ପୁଣି ଥରେ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

Share

Leave a Reply

Your email address will not be published. Required fields are marked *

twelve − three =