ରାଜ୍ୟର ୯ ଜିଲ୍ଲାକୁ ସତର୍କ ସୂଚନା

ରାଜ୍ୟର ୯ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ କାଳବୈଶାଖୀର ଆଶଙ୍କା ରହିଥିବା କହିଛି ପାଣିପାଗ ବିଭାଗ । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- ଅନୁଗୁଳ, ଢ଼େଙ୍କାନାଳ, କଟକ, ଖୋର୍ଦ୍ଧା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ ଦେବଗଡ଼ ଭଳି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ । ତେଣୁ ବଜ୍ରପାତ ବିପଦ ଥିବାରୁ ଏହି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

13 − 11 =