ଚାଷୀ ପ୍ରସଙ୍ଗରେ ବିଜେପି ବିଜେଡି ମୁହାଁମୁହିଁ

ଭୁବନେଶ୍ୱର: ଚାଷୀଙ୍କୁ ମୁଖ୍ୟ ଅସ୍ତ୍ର କରି ବିଜେପି ବିଜେଡି ମଧ୍ୟରେ ଦେଖିବାକୁ ମିଳିଛି ମୁହାଁମୁହିଁ ପରିସ୍ଥିତି । ଚାଷୀ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ମଣ୍ଡି ଓ ସିଏସଓ ଘେରାଉ କରିବ ବିଜେପି । ଆଜି ଓ ଆସନ୍ତାକାଲି ବିଜେପି ପକ୍ଷରୁ ଘେରାଉ କରାଯିବା ନେଇ ପୂର୍ବରୁ ସୂଚନା ଦିଆଯାଇଛି । ସେପଟେ ଚାଷୀ ପ୍ରସଙ୍ଗ ନେଇ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ କହିଛନ୍ତି, ଚାଷୀଙ୍କ ସ୍ୱାର୍ଥ ପାଇଁ ଲଢେଇ ଜାରି ରହିବ । ଚାଷୀ ପ୍ରସଙ୍ଗରେ ଏମ.ଏସ ସ୍ୱାମୀନାଥନ କମିଟିର ସୁପାରିଶକୁ କାର‌୍ୟ୍ୟକାରୀ କରିବାକୁ ସେ ଦାବି କରିଆସିଛନ୍ତି ଓ ଏହା ପୂରଣ ହେଲା ଯାଏଁ ଲଢେଇ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

sixteen − 5 =