ମୋଦିଙ୍କୁ ନବୀନଙ୍କ ଜବାବ : ବିଜେଡି ଭଲ ପ୍ରଦର୍ଶନ କରିବ

ଭୁବନେଶ୍ବର () ଓଡିଶାରେ ତ୍ରିପୁରା ଫଳାଫଳର ପ୍ରତିଫଳନ ଘଟିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି କରିଥିବା ଦାବିର ଜବାବ ରଖିଛନ୍ତି ବିଜେଡି ସୁପ୍ରିମୋ ତତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଦାବି କରିଛନ୍ତି ଯେ, ଚଳିତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ।

ଏ ସଂପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ, ମୁଁ ପୂର୍ବରୁ ମଧ୍ୟ କହିଛି ବିଜେଡି ଭଲ ପ୍ରଦର୍ଶନ କରିବ । ଆପଣମାନେ ଦେଖିବେ ବିଜେଡି ପୂର୍ବ ଅପେକ୍ଷା ଭଲ ପ୍ରଦର୍ଶନ କରିବ । ନିକଟରେ ନୟାଗଡଠାରେ ବିଜେଡିର ପ୍ରଚାର ଅଭିଯାନର ଶୁଭାରମ୍ଭ କରି ନବୀନ କହିଥିଲେ ଯେ, ରାଜ୍ୟରେ ବିଜେଡି 21ରୁ 21 ବିଧାନସଭା ଆସନରୁ ଜିତିବ ଏବଂ କେନ୍ଦ୍ରରେ ସରକାର ଗଠନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ତେବେ ମୋଦି ଗତକାଲି ମେ ହୁଁ ଚୌକିଦାର କାର୍ଯ୍ୟକ୍ରମରେ କହିଥିଲେ ଯେ, ଓଡିଶା ଦ୍ବିତୀୟ ତ୍ରିପୁରା ହେବ । ତ୍ରିପୁରାରେ ଯେଭଳି 25 ବର୍ଷର ସିପିଏମ ନେତୃତ୍ବାଧୀନ ବାମ ମେଣ୍ଟ ମୁଳପୋଛ ହୋଇଥିଲା ଏବଂ ବିଜେପି ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା, ଓଡିଶାରେ ମଧ୍ୟ ସେହି ଫଳାଫଳର ପ୍ରତିଫଳନ ଘଟିବ ।

Share

Leave a Reply

Your email address will not be published. Required fields are marked *

one × five =