ସିଇଓଙ୍କ ବିରୋଧରେ ନିର୍ବାଚନ କମିଶନରେ ଫେରାଦ ହେବ ବିଜେଡି

11ଟି ପ୍ରସଙ୍ଗରେ ସିଇଓଙ୍କ ନିଷ୍କ୍ରିୟତାକୁ ନେଇ ଉଠାଇଲା ପ୍ରଶ୍ନ

ଭୁବନେଶ୍ବର () ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବିରୋଧରେ ମହାଅଭିଯୋଗ ଆଣିଛି ବିଜେଡି । ନିର୍ବାଚନ ଅଧିକାରୀଙ୍କ ପକ୍ଷପାତିତା କରୁଛନ୍ତି । ବିଜେପିର ନିର୍ଦ୍ଦେଶ ଏବଂ ଚାପର ବଶବର୍ତ୍ତି ହୋଇ କାମ କରୁଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଯେଉଁଥି ପାଇଁ ବିଜେପି ବିରୋଧରେ ଆଦର୍ଶ ଆଚରଣ ବିଧିର ଯେତେ ଅଭିଯୋଗ ଆଣିଲେ ବି ତାହା କାମ ଦେଉନି କି କାର୍ଯ୍ୟାନୁଷ୍ଠାନ ହେଉନି । ଏଭଳି 11ଟି ପ୍ରସଙ୍ଗରେ ଆଜି ସିଇଓଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ବିଜେ଼ଡି । ଆବଶ୍ୟକ ପଡିଲେ ଏବେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ସିଇଓଙ୍କ ବିରୋଧରେ ବିଜେଡି ଫେରାଦ ହେବ ବୋଲି କହିଛି ।

ସାମ୍ବିଦିକ ସମ୍ମିଳନୀ କରି ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଥିବା 11ଟି ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ନେଇ ବିସ୍ତ୍ରୁତ ବିବରଣୀ ଦେଇଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ସୁଲୋଚନା ଦାସ, ଲେଲିନ ମହାନ୍ତି ଓ ସୁଲତା ଦେଓ ଦର୍ଶାଇଛନ୍ତି ଯେ, କାଳିଆ ଯୋଜନାରେ 20 ଲକ୍ଷ ହିତାଧିକାରୀଙ୍କୁ ଯାଣିଶୁଣି ବିଜେପି ଚାପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଦ୍ବିତୀୟ କିସ୍ତି ସହାୟତା ପାଇବାରୁ ବଂଚିତ କରୁଛନ୍ତି । ରାଜ୍ୟ ସରକାର ପୂର୍ବରୁ ଏହି ଯୋଜନା ଲାଗୁ କରିଥିଲେ ବି ଏପ୍ରିଲ ପହିଲାରୁ ଦ୍ବିତୀୟ କିସ୍ତି ସହାୟତା ଦେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁମତି ଦେଉନାହାଁନ୍ତି । ଗତ 30 ତାରିଖରେ ବିଜେପିର ଜଣେ ମୁଖପାତ୍ର ସାମ୍ବାଦିକ ସମ୍ମିଳନୀରେ କହୁ କହୁ କହିଥିଲେ ଯେ, ବିଜେପି କାଳିଆ ଯୋଜନା ବନ୍ଦ କରିବାକୁ ସିଇଓଙ୍କ ପାଖରେ ଅଭିଯୋଗ କରିବାରୁ ସେ ବାଧ୍ୟ ହୋଇ ଏ ଯୋଜନାକୁ ବନ୍ଦ କରିଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବିଜେପିର ଚାପରେ ସିଇଓ କାର୍ଯ୍ୟ କରୁଛନ୍ତି ।

ସେହିଭଳି ଜାଲ ପ୍ରମାଣପତ୍ର ଆଧାରରେ ଗତ 18 ତାରିଖରେ ବିଜେପି ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଥିଲା  । ଏହାର ତଥ୍ୟ ପ୍ରମାଣ ସହ ସଂପୃକ୍ତ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ବି ସିଇଓ କଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସେହିଭଳି ହିଂଜିଳିର ବିଜେପି ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟ ଅତି ଅସଭ୍ୟ ଭାବରେ ପୋଲିସ ଓ ପ୍ରାଶାସନିକ ଅଧିକାରୀଙ୍କୁ ଦୁର୍ବବ୍ୟହାର କରିବା ସହ ନିଜେ ଛାତ୍ର ନେତା ଥିବା ବେଳେ କିଭଳି ପୋଡାଜଳା କରୁଥିଲେ ତାହା ଉଲ୍ଲେଖ କରିଥିଲେ । ଯାହା ଜଣେ ନେତା ପାଇଁ ଶୋଭନୀୟ ନୁହେଁ । ସଂପୃକ୍ତ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ।

ପେଟ୍ରୋଲ ପମ୍ପ ଓ ଗ୍ୟାସ ଏଜେନ୍ସିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜନୈତିକ ଅଭିସନ୍ଧି ରଖି ବ୍ୟବହାର କରୁଛନ୍ତି । ଏହା ବିରୋଧରେ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା । ଏପର୍ଯ୍ୟନ୍ତ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା, ପେଟ୍ରୋଲ ପମ୍ପ ପରିସରରେ ମରାଯାଇଥିବା କେନ୍ଦ୍ର ସରକାରଙ୍କ ହୋଡିଂ ହଟାଯାଇନାହିଁ । ଝାରଖଣ୍ଡ ଓ ଛତିଶଗଡ ସୀମା ପଟୁ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଅପରାଧୀ ଆସି ରାଜ୍ୟରେ ମୁକ୍ତ ଓ ଅବାଧ ନିର୍ବାଚନରେ ବାଧକ ସାଜୁଛନ୍ତି । ଏଥିପାଇଁ ସୀମା ସିଲ କରିବାକୁ ବିଜେଡି ଦାବି କରିଥିଲା । ଆଚରଣ ବିଧି ବଳବତ୍ତର ଥିବା ବେଳେ ଉଜ୍ବଳା ଯୋଜନାରେ ନୂଆ ହିତାଧିକାରୀଙ୍କୁ ସାମିଲ କରାଯାଇ ଗ୍ୟାସ ବଣ୍ଟନ କରାଯାଉଛି । କେନ୍ଦ୍ର ବିଜେପି ନେତାଙ୍କ ଫଟୋ ସମ୍ବଳିତ ଗ୍ୟାସ ବହି ଓ ପ୍ରଚାର ପତ୍ର ମଧ୍ୟ ପ୍ରଦାନ କରାଯାଉଛି । ପ୍ରତିଶୃତି ପତ୍ର ଜରିଆରେ ବିଜେପି ଲୋକଙ୍କଠାରୁ ଦାବିପତ୍ର ସଂଗ୍ରହ କରୁଛି ।

ସେହିପରି ଦୁରଦର୍ଶନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଭାବିତ କରି ବିଜେଡିକୁ ବ୍ଲାକ ଆଉଟ କରାଯାଇଛି ଏବଂ କେନ୍ଦ୍ରୀୟ ଯୋଜନାର ପ୍ରଚାର କରାଯାଉଛି । ଏନେଇ ବି ସିଇଓଙ୍କ ନିକଟରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡାରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବିନା ଅନୁମତିରେ କେନ୍ଦ୍ରୀୟ ଯୋଜନାର ପ୍ରଚାର ପ୍ରସାର କଲେ କିନ୍ତୁ କାର୍ଯ୍ୟାନୁଷ୍ଠାନ ହେଉନି । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଘରୋଇ ଆଇଟିଆଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଥିରେ ସ୍କିଲ ଇଣ୍ଡିଆର ଲୋକ ପ୍ରଦର୍ଶିତ ହୋଇଥିଲା । ଏହା ବି ଆଚରଣ ବିଧି ଉଲଂଘନ କରୁଛି । ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି ସିଇଓ ବିଜେପି ଚାପରେ ବଶବର୍ତ୍ତି ହୋଇ ନିରପେକ୍ଷ ଭାବେ କାର୍ଯ୍ୟ କରୁନାହାଁନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।

Share

Leave a Reply

Your email address will not be published. Required fields are marked *

5 × 5 =