ସମ୍ବିତ ପାତ୍ରଙ୍କ ଓଡିଆ ଜ୍ଞାନ …

ଭୁବନେଶ୍ବର () ରାଜ୍ୟ ଓ କେନ୍ଦ୍ର ବିଜେପି ନେତାମାନେ ବାରମ୍ବାର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଓଡିଆ ଜ୍ଞାନକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ଏପରିକି ଆଜି ମଖ୍ୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପାରଳାଖେମୁଣ୍ଡିରେ ଏକ ନିର୍ବାଚନୀ ସଭାରେ ଓଡିଶାରେ ଜଣେ ଓଡିଆ କହିପାରୁଥିବା ମୁଖ୍ୟମନ୍ତ୍ରୀଙ୍କ ହେବା ଦରକାର ବୋଲି କହିଥିଲେ । ଏବେ ସେ ଟିକେ ନିଜ ଦଳର କୁହାଳିଆ ତଥା ପୁରୀ ସାଂସଦ ପ୍ରାର୍ଥୀଙ୍କ ଓଡିଆ ଜ୍ଞାନ ଉପରେ ନଜର ପକାନ୍ତୁ ।

ପୁରୀରୁ ଲୋକସଭା ପ୍ରାର୍ଥୀ ହୋଇଥିବା ବିଜେପି ନେତା ସମ୍ବିତ ପାତ୍ର ଉତ୍କଳ ଦିବସ ଅବସରରେ ସୋସିଆଲ ମିଡିଆରେ ଉତ୍କଳ ଦିବସର ଶୁଭେଚ୍ଛା ଜଣାଛନ୍ତି । ହେଲେ ଓଡିଆରେ ପଣ୍ଡିତ ଏହି ନେତାଙ୍କ ଓଡିଆ ଜ୍ଞାନ ଟିକେ ଦେଖନ୍ତୁ । ଶୁଭକାମନାକୁ ଶୁଭକମାନା ବୋଲି ଲେଖିଛନ୍ତି । ଶୁଭକାମନା ଓ ଶୁଭକମାନା ମଧ୍ୟରେ ଫରକ ଜାଣିପାରୁନଥିବା ନେତା କୁଆଡେ ପୁରୀ ଭଳି ଏକ ଧର୍ମୀୟ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ବୋଲି ବିଜେଡି କଟାକ୍ଷ କରିଛି ।

ଓଡିଶାରେ ଗୋଟିଏ ଧାଡି ଶୁଦ୍ଧ କରି ଲେଖିପାରୁନଥିବା ନେତାମାନେ ରାଜ୍ୟ ମୁଖ୍ୟଙ୍କ ଓଡିଆ ଜ୍ଞାନ ଉପରେ ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି । ହେଲେ ନିଜ ଓଡିଆ ଜ୍ଞାନକୁ ବୋଧହୁଏ ମାପିନାହାଁନ୍ତି । ଉତ୍କଳ ଦିବସରେ ଏଭଳି ଓଡିଶା ଲେଖି ସେ ରାଜ୍ୟର ଲକ୍ଷ ଲକ୍ଷ ଓଡିଶା ପ୍ରେମୀଙ୍କ ଭାବାବେଗକୁ କୁଠାରଘାତ କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।

Share

Leave a Reply

Your email address will not be published. Required fields are marked *

2 × three =