ପୁଣି ବିଶ୍ୱର ଲୋକପ୍ରିୟ ନେତା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ମର୍ନିଂ କନ୍ସଲ୍ଟ ଦ୍ୱାରା ପ୍ରକାଶିତ ଗ୍ଲୋବାଲ୍ ଲିଡର ଅନୁମୋଦନ ମୂଲ୍ୟାୟନରେ ପିଏମ ମୋଦୀ ୭୦ ପ୍ରତିଶତ ଅନୁମୋଦନ ସହ ଶୀର୍ଷରେ ରହିଛନ୍ତି। ପିଏମ ମୋଦୀ ବିଶ୍ୱର ବୟସ୍କମାନଙ୍କ ମଧ୍ୟରେ ସର୍ବାଧିକ ରେଟିଂ ପାଇଛନ୍ତି। ୨୦୧୯ ରେ ତଥ୍ୟ ସଂଗ୍ରହ ଆରମ୍ଭ କରିଥିଲା ମର୍ନିଂ କନ୍ସଲ୍ଟ ।

ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡୋର ୬୬ ପ୍ରତିଶତ ରେଟିଂ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହା ପରେ ୫୮ ନମ୍ବର ସହ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି ତୃତୀୟ ସ୍ଥାନରେ ଅଛନ୍ତି, ଚତୁର୍ଥ ସ୍ଥାନରେ ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲ ୫୪% ଏବଂ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ୪୭% ସହ ପଞ୍ଚମ ସ୍ଥାନରେ ଅଛନ୍ତି।

ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ୪୪ ପ୍ରତିଶତ ସହ ଷଷ୍ଠ ସ୍ଥାନରେ ଅଛନ୍ତି। ୪୩ ପ୍ରତିଶତ ସହ କାନାଡାର ଜଷ୍ଟିନ ଟ୍ରୁଡୋ ସପ୍ତମ ସ୍ଥାନରେ ଥିବାବେଳେ ବ୍ରିଟେନର ବୋରିସ ଜନସନ ୪୦ ପ୍ରତିଶତ ସହ ଦଶମ ସ୍ଥାନରେ ରହିଛନ୍ତି।

Share

Leave a Reply

Your email address will not be published. Required fields are marked *

1 + fourteen =