କେବିସିରେ ନବୀନ ପଟନାୟକ

ଭୁବନେଶ୍ୱର () ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ କୌନ ବନେଗା କରୋଡ଼ପତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଆସନ୍ତା ଶୁକ୍ରବାର ପ୍ରଦର୍ଶିତ ହେବାକୁ ଥିବା ଏପିସୋଡ଼ରେ ନବୀନ ଦେଖାଯିବେ । ଏହି ଏପିସୋଡ଼ର ନାଁ ରହିଛି କର୍ମବୀର ।

ଏହି ଏପିସୋଡ଼ରେ ଅମିତଭଙ୍କ ସହ ହଟସିଟରେ ବସିବେ ଭାରତୀୟ ହକି ଟିମ । ଏଥିରେ ନବୀନ ଭାରତୀୟ ହକି ଟିମକୁ ଶୁଭେଚ୍ଛା ଜଣାଇବା ସହ ହକି ସହ ଓଡିଶାର ସମ୍ପର୍କ ଉଲ୍ଲେଖ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ହକି ଏକ ଲୋକପ୍ରିୟ କ୍ରୀଡା, ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଂଚଳରେ । ଓଡ଼ିଶାରେ କୁହାଯାଏ ଛୋଟ ପିଲା ଚାଲିବା ଶୁଖିବା ସହ ହକି ଖେଳିଥାଏ ।

ଏହି ସୋରେ ଅମିତାଭ ଆଶା ପ୍ରକାଶ କରିଥିଲେ ଯେ, ଭୁବନେଶ୍ୱରରେ ହେବାକୁଥିବା ବିଶ୍ୱକପ ହକିରେ ଭାରତୀୟ ଟିମ ଜିତପଟ ନେବେ । ନବୀନ ମଧ୍ୟ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଥିଲେ । ଟିମ ଇଣ୍ଡିଆ ଅମିତଭଙ୍କ ସହ ଚକ ଦେ ଇଣ୍ଡିଆ କଗିଥିଲେ ।

Share

Leave a Reply

Your email address will not be published. Required fields are marked *

fifteen − two =