ବାତ୍ୟା ପାଇଁ ରେଳ ଓ ବିମାନ ଚଳାଚଳ ବାତିଲ

ରାଜ୍ୟରେ ଭୟଙ୍କର ବାତ୍ୟା ଆଶଙ୍କା ଥିବାରୁ ଭୁବନେଶ୍ୱରରୁ ବିଭିନ୍ନ ସ୍ଥାନକୁ ଯାଉଥିବା ରେଳ ଓ ବିମାନ ଚଳାଚଳକୁ ବାତିଲ କରାଯାଇଛି । ପୁର୍ବତଟ ରେଳବାଇ ପକ୍ଷରୁ ଏହାର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ଜୋତିରଂଜନ ମିଶ୍ର ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ ଆଜି ରାତି ୧୦ ପରଠାରୁ ପୁର୍ବତଟ ରେଳବାଇ ର ସମସ୍ତ ରେଳ ଚଳାଚଳ ବାତିଲ କରାଯାଇଛି । ଆସନ୍ତା ୧୧ ଓ ୧୨ ତାରିଖରେ ରେଳବାଇ ପକ୍ଷରୁ ହେବାକୁ ଥିବା ଗ୍ରୁପ ଡି ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି । ବାତ୍ୟାପାଇଁ ପୁର୍ବତଟ ପକ୍ଷରୁ ହେଲ୍ପଲାଇନ ମଧ୍ୟ ଜାରୀ କରାଯାଇଛି । ଆସନ୍ତାକାଲି ଠାରୁ ଭୁବନେଶ୍ୱର ରୁ ଉଡାଣ ହେବାକୁ ଥିବା ସମସ୍ତ ବିମାନ ଚଳାଚଳ ମଧ୍ୟ ବାତିଲ କରାଯାଇଛି । ଆଜି ରାତିରେ ଭୁବନେଶ୍ୱର ବିମାନ ବନ୍ଦରରେ ବିମାନକୁ
ପାର୍କିଂ କରିବାକୁ ବାରଣ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

1 + 14 =