ନୟାଗଡରୁ କଳାହାଣ୍ଡି, ନେତାଙ୍କ ନଗ୍ନ ଫଟୋ …

ଭବାନିପାଟଣା () ନିର୍ବାଚନକୁ ନେଇ ଏବେ ସବୁଠି ଚର୍ଚ୍ଚା । କେଉଁ ଦଳରୁ କିଏ ପାଇବ ଟିକଟ । କିଏ କେଉଁ ଦଳକୁ ଗଲା । କାହାର ପଲା ଭାରି । ଗାଁ ପାନ ଦୋକାନ ଠାରୁ ଆରମ୍ଭ କରି ରାଜଧାନୀର ଟି ଷ୍ଟଲ ସବୁଠି ସକାଳୁ ରାତି ଯାଏଁ ଟିକଟ ଚିନ୍ତା । ତେବେ କଳାହାଣ୍ଡି ଜିଲାର ସବୁ ଛକରେ ଏବେ ଜଣେ ନେତାଙ୍କ ନ୍ୟୁଡ ଫୋଟ ଭାଇରାଲକୁ ନେଇ ସରଗରମ ଚର୍ଚ୍ଚା । ଏନେତା ଜଣକ ଏକ ଜାତୀୟ ଦଳକୁ ପ୍ରତିନିଧିତ୍ବ କରୁଛନ୍ତି। ସେ ଏବେ ସଂପୃକ୍ତ ଦଳର ନ୍ୟାସନାଲ କାଉନସିଲ ସଦସ୍ୟ ଅଛନ୍ତି । ଷ୍ଟେଜରେ ଭାଷଣ ଦେବେ ଯଦି ପାଟିରେ ବାଟୁଳି ବାଜିବନି । ମାଇକ ପାଇଲେ ଆଉ ଛାଡିବେନି । ଭାଷଣରେ ଖାଲି ଖାଇଗଲେ ମାରିନେଲେ ଠାରୁ ଆରମ୍ଭ କରି ବ୍ୟକ୍ତିଗତ ଚରିତ୍ର ସଂହାର ପର୍ଯ୍ୟନ୍ତ ସବୁ ଓଗାଳି ଦିଅନ୍ତି । ସବୁଠି ସଂସ୍କାର କଥା କୁହନ୍ତି, ହେଲେ ତାଙ୍କ ଚରିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇ ବୁଲୁଛି । ସୂଚନା ଯୋଗ୍ୟ ଯେ, ନିକଟରେ ଏହି ଦଳର ଜଣେ ନେତାଙ୍କ ନଗ୍ନ ଭିଡିଓ ନୟାଗଡରେ ଭାଇରାଲ ହୋଇଥିଲା ।

ଏ ନେତା ଜଣକ ହ୍ବାର୍ସଆପରେ ଜଣେ ମହିଳାଙ୍କ ପ୍ରେମର ଶୀକାର ହୋଇଛନ୍ତି । ହ୍ବାର୍ସଆପରେ ଜଣେ ନାରୀଙ୍କ ସହ କରିଥିବା ଚାର୍ଟିଂକୁ ନେଇ ଏବେ ପୁରା କଳାହାଣ୍ଡି ଜିଲ୍ଲାରେ ହୁରି ପଡିଛି । 60 ବର୍ଷର ଏହି ବ୍ୟକ୍ତି ଜଣକ ଜଣେ ମହିଳାଙ୍କ ସହ ଚାଟିଂ ବେଳେ ଯୁବତୀଙ୍କୁ କରୁଥିବା ପ୍ରେମ ନିବେଦନ ଏହିସବୁ ଫଟୋରୁ ସ୍ପଷ୍ଟ ବାରି ହୋଇପଡୁଛି ।

ଯୁବ ସୁଲଭ ଶୈଲୀରେ ନିଜର ନଗ୍ନ ଫଟୋକୁ ଯୁବତୀଙ୍କୁ ପଠାଇବା ସହ ଯୁବତୀଙ୍କ ନଗ୍ନ ବି ମାଗିଛନ୍ତି । ଏହି ଚାଟିଂରୁ ଏହି ନେତାଙ୍କ କାମପ୍ରବଣତା ଓ ଯୁବତୀଙ୍କ ପ୍ରତି ଅହେତୁକ ଆକର୍ଷଣ ସ୍ପଷ୍ଟ ପ୍ରତିଫଳତି ହେଉଛି ।

ଏହି ନେତା ଜଣକ ନମିତା ନାମ୍ନୀ (ଛଦ୍ମନାମ) ଏହି ମହିଳାଙ୍କୁ ସକାଳ ସାଢେ ସାତଟାରୁ ଗୁଡ ମର୍ଣ୍ଣିଂ

ମେଜେସ ଦେବାକୁ ଭୁଲନ୍ତି ନାହିଁ କି ବିଳମ୍ବିତ ରାତିରେ ଗୁଡ ନାଇଟ ମଧ୍ୟ କହିବାକୁ ଭୁଲନ୍ତି ନାହିଁ । ମହିଳାଙ୍କ ପ୍ରେମରେ ଉବୁଟୁବୁ ଏହି ନେତା ଜଣଙ୍କ ନିଜ ପଦମର୍ଯ୍ୟାଦାକୁ ଭୁଲି ତାଙ୍କୁ ନିଜର ନଗ୍ନ ଚିତ୍ର ପଠାଇଛନ୍ତି । ଏପରିକି ନମିତାଙ୍କୁ ତାଙ୍କର ନଗ୍ନ ଫଟୋ ହ୍ବାର୍ଟଆପରେ ପଠାଇବାକୁ ତାଙ୍କୁ ବାଧ୍ୟ କରିଛନ୍ତି । ଆମକୁ ମିଳିଥିବା ଏହିସବୁ ଫଟୋକୁ ଦେଖିଲେ ସ୍ପଷ୍ଟ ଭାବେ ଅନୁମାନ କରାଯାଇ ପାରେ ଯେ, କିଭଳି ଏହି ନେତା ଜଣକ ନିର୍ଲଜ ଭାବେ ମହିଳାଙ୍କୁ ନିଜ ଯୌନାଙ୍କ ଓ ନଗ୍ନ ଶରୀରର ଫଟୋ ପଠାଉଛନ୍ତି ।

ହ୍ବାର୍ଟଆପର ଏହି ବାର୍ତ୍ତାଳାପକୁ ଦେଖିଲେ ସ୍ପଷ୍ଟ ବାରି ହେଉଛି ଯେ, ଏହିସବୁ ଫଟୋକୁ ନମିତା ନିଜେ ଏହିସବୁ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରି ନେତାଙ୍କ ଗୁମର ଖୋଲିଛନ୍ତି । ତେବେ ପ୍ରଶ୍ନ ଉଠୁଛି ନମିତା ପୋଲିସରେ ଏନେଇ ଅଭିଯୋଗ ନକରି କାହିଁକି ଚୁପ ବସିଛନ୍ତି ।

Share

Leave a Reply

Your email address will not be published. Required fields are marked *

13 + 13 =