ମୁଁ ନବୀନଙ୍କ ସହ ଅଛି : ସ୍ୱାଧୀନ ବିଧାୟକ

ଭୁବନେଶ୍ୱର() ଚର୍ଚ୍ଚାରେ ରାୟଗଡାର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ମକରନ୍ଦ ମୁଦୁଲି । ନବୀନ ନିବାସରେ ‘ମୁଁ ସରକାରଙ୍କ ସହ ଅଛିଟ୍ଟ’ ବୋଲି ମକରନ୍ଦଙ୍କ ମନ୍ତବ୍ୟ ପରେ ସେ ବିଜେଡିରେ ମିଶୁଥିବା ଚର୍ଚ୍ଚା ହେଉଛି । ତେବେ ଚର୍ଚ୍ଚାକୁ ଫର୍ଚ୍ଚାକୁ କରି ସ୍ୱାଧୀନ ବିଧାୟର ମକରନ୍ଦ କହିଛନ୍ତି ଜଣେ ସ୍ୱାଧୀନ ବିଧାୟକ ଲୋକଙ୍କ ସେବା କେମିତି କରିବ ? ତେଣୁ ସରକାରଙ୍କୁ ସହଯୋଗ କରି ତାଙ୍କ ଠାରେ ହାତପାତି ଅଞ୍ଚଳର ବିକାଶ କରିବାକୁ ଚାହୁଁଛୁ ।

ତେବେ ଲକ୍ଷ୍ମୀପୁର ଓ ରାୟଗଡା ସୀମାନ୍ତରେ ଆଦିତ୍ୟ ବିର୍ଲା ଏକ କଂପାନୀ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବାରୁ ତାଙ୍କୁ ଧନ୍ୟବାଦ ଦେବାକୁ ମକରନ୍ଦ ଏବଂ ଅଞ୍ଚଳବାସୀ ଆସିଥିଲେ । ଆଉ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ମକରନ୍ଦ ଛିଡା ହୋଇ ଫଟୋ ଉଠାଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଗଣମାଧ୍ୟମ ଆଗରେ ଚର୍ଚ୍ଚା ନେଇ ମୁହଁ ଖୋଲିଛନ୍ତି ମକରନ୍ଦ । ସେ କହିଛନ୍ତି ଯେ, ସେ ସରକାରଙ୍କ ସହ ଅଛନ୍ତି, ନବୀନ ପଟ୍ଟନାୟକଙ୍କ ସହ ଅଛନ୍ତି । ନବୀନ ଓଡିଶାର ମୁଖ୍ୟମନ୍ତ୍ରୀ, ଆମ ମୁଖ୍ୟମନ୍ତ୍ରୀ । ଦୀର୍ଘ ଦିନ ହେବ ସେ ଲୋକଙ୍କ ବିକାଶ ପାଇଁ କାମ କରି ଆସୁଥିବାରୁ ମୁଁ ତାଙ୍କ ସହ ଅଛି । ସରକାର ଯୁଆଡେ, ମୁଁ ସେଆଡେ ବୋଲି ମକରନ୍ଦ କହିଛନ୍ତି ।

୨୦୧୯ ନିର୍ବାଚନରେ ବିଜୟ ହୋଇ ଚର୍ଚ୍ଚାକୁ ଆସିଥିଲେ ମରକରନ୍ଦ । ସବୁଠାରୁ ଗରିବ ବିଧାୟକ ଭାବେ ଅଳ୍ପ ଟଙ୍କା ଖର୍ଚ୍ଚ କରି ବିଜେତା ହୋଇ ସେ ଚର୍ଚ୍ଚିତ ହୋଇଥିଲେ । ମକରନ୍ଦ ମାତ୍ର ୧୫ ହଜାର ଟଙ୍କା ଖର୍ଚ୍ଚ କରି ଲୋକଙ୍କ ପାଖରେ ପହଞ୍ଚିଥିଲେ ।

Share

Leave a Reply

Your email address will not be published. Required fields are marked *

1 × five =