ଏସ୍‌ବିଆଇ ପକ୍ଷରୁ “ଦେଶର ପ୍ରଥମ ଟ୍ରାଞ୍ଜିଟ୍ କାର୍ଡ’ର ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ସର୍ବବୃହତ ଋଣ ପ୍ରଦାନକାରୀ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟ ୨୦୨୩ରେ “ଦେଶର ପ୍ରଥମ ଟ୍ରାଞ୍ଜିଟ୍ କାର୍ଡ’ର ଶୁଭାରମ୍ଭ କରାଯାଇଛି । ଏହି ନୂଆ କାର୍ଡ ହେଉଛି ଏକ ରୁପେ ଏନ୍‌ସିଏମ୍‌ସି ପ୍ରିପେଡ୍ କାର୍ଡ ଯାହା ଗ୍ରାହକମାନଙ୍କ ଯାତାୟାତ ଅନୁଭୂତିକୁ ନିରବଚ୍ଛିନ୍ନ କରିବା ସହିତ ସେଥିରେ ଉନ୍ନତି ଆଣିବ ଏବଂ ଗୋଟିଏ କାର୍ଡ ଜରିଆରେ ମେଟ୍ରୋ, ବସ୍‌, ଜଳପଥରେ ଗମନାଗମନ, ପାର୍କିଂ ଆଦିରେ ସହଜ ଡିଜିଟାଲ୍ ପେମେଂଟ୍‌କୁ ସୁନିଶ୍ଚିତ କରିବ । ଏହି କାର୍ଡକୁ ରିଟେଲ୍ ଓ ଇ-କମର୍ସ ପେମେଂଟ୍ ପାଇଁ ବ୍ୟବହାର କରାଯାଇପାରିବ ।
ନବସୃଜନ ଓ ଗ୍ରାହକ କୈନ୍ଦ୍ରୀକତା ଉପରେ ନିରନ୍ତର ଓ ନିରବଚ୍ଛିନ୍ନ ଗୁରୁତ୍ୱ ପ୍ରଦାନ କରି ଏସ୍‌ବିଆଇ ୨୦୧୯ରେ ଯାତାୟାତ ଅପରେଟରମାନଙ୍କ ସହିତ ଏନ୍‌ସିଏମ୍‌ସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲା । ଏହି ଏନ୍‌ସିଏମ୍‌ସି କାର୍ଯ୍ୟକ୍ରମର ଅଂଶ ଭାବେ ଏସ୍‌ବିଆଇ ପକ୍ଷରୁ ସଫଳତାର ସହ ନାଗପୁର ମେଟ୍ରୋ, ନୋଏଡା ମେଟ୍ରୋ, ଏମ୍‌ଏମ୍‌ଆଡିଏ ମେଟ୍ରୋ ଲାଇନ୍ ୨ଏ ଓ ୭, କାନପୁର ମେଟ୍ରୋ ଓ ଚେନ୍ନାଇ ମେଟ୍ରୋରେ “ସିଟି୧କାର୍ଡ”, “ନାଗପୁର ମେଟ୍ରୋ ମହା କାର୍ଡ”, “ମୁମ୍ବାଇ୧ କାର୍ଡ”, “ଗୋ-ସ୍ମାର୍ଟ କାର୍ଡ” ଓ “ସିଙ୍ଗାରା ଚେନ୍ନାଇ କାର୍ଡ”ର ଶୁଭାରମ୍ଭ କରାଯାଇଥିଲା । ଏମ୍‌ଏମ୍‌ଆର୍‌ସି ମେଟ୍ରୋ ଲାଇନ୍‌-୩ ଓ ଆଗ୍ରା ମେଟ୍ରୋରେ ଏସବିଆଇ ପକ୍ଷରୁ ଏନ୍‌ସିଏମ୍‌ସିଭିତିକ ଟିକେଟ୍ ସମାଧାନକୁ କାର୍ଯ୍ୟକାରୀ କରାଯାଉଛି ଯାହା ସର୍ବସାଧାରଣଙ୍କ ପାଇଁ ଖୁବ୍‌ଶୀଘ୍ର ଉପଲବ୍ଧ ହେବ ।
ଏହି ଅବସରରେ ଏସ୍‌ବିଆଇର ଅଧ୍ୟକ୍ଷ ଶ୍ରୀ ଦିନେଶ ଖାରା କହିଛନ୍ତି ଯେ,“ଗ୍ରାହକମାନଙ୍କ ଦୈନନ୍ଦୀନ ଜୀବନ ଓ ବ୍ୟାଙ୍କିଙ୍ଗକୁ ସହଜ କରିବା ଲାଗି ଏସବିଆଇରେ ଆମେ ନିରନ୍ତର ଭାବେ ଉଦ୍ୟମ କରୁଛୁ । ରୂପେ ଓ ନ୍ୟାସନାଲ୍ କମନ ମୋବିଲିଟି କାର୍ଡ (ଏନ୍‌ସିଏମ୍‌ସି) ପ୍ରଯୁକ୍ତି ସହିତ ଦେଶର ପ୍ରଥମ ଟ୍ରାଞ୍ଜିଟ୍ କାର୍ଡ ଯାତାୟାତ ଅନୁଭୂତିରେ ବିପ୍ଳବ ଆଣିବ ଏବଂ ଗୋଟିଏ ଦେଶ ଗୋଟିଏ କାର୍ଡ ଅନୁସାରେ ଏହାକୁ ପ୍ରସ୍ତୁତ କରାଯାଇଛି । ଆମେ ଗର୍ବର ସହିତ ଏକ କାର୍ଡ ଉପସ୍ଥାପନ କରୁଛୁ ଯାହା ଆମ ଗ୍ରାହକମାନଙ୍କ ଜୀବନକୁ ସହଜ କରିବ ଏବଂ ଆମ ଦେଶର ଅଭିବୃଦ୍ଧିରେ ଯୋଗଦାନ ପ୍ରଦାନ କରିବ ।”

Share

Leave a Reply

Your email address will not be published. Required fields are marked *

17 + 10 =