୪ରନରେ ହାରିଲା ଭାରତ

ହାମିଲଟନରେ ଖେଳାଯାଇଥିବା ଅନ୍ତିମ ଟି-୨୦ରେ ୪ ରନରେ ପରାସ୍ତ ହେବା ସହ ୨-୧ରେ ସିରିଜ ହାରିଲା ଟିମ୍ ଇଣ୍ଡିଆ । ରୋମାଞ୍ଚକର ମ୍ୟାଚରେ ଶେଷ ପର୍ୟ୍ୟନ୍ତ କାର୍ତ୍ତିକ ଓ କୁଣ୍ଣାଲ ପାଣ୍ଡ୍ୟା ଲଢିଥିଲେ ମଧ୍ୟ ଦଳ ବିଜୟଲକ୍ଷ୍ୟ ଠାରୁ ୪ ରନ ପଛରେ ରହିଯାଇଥିଲା । ଆଉ ଏହାସହ ନ୍ୟୁଜିଲାଣ୍ଡ ମାଟିରେ ଦ୍ୱିପାକ୍ଷିକ ଟି-୨୦ ସିରିଜ ବିଜୟ ଲକ୍ଷ୍ୟ ଅଧୁରା ରହିଗଲା ।
ହାମିଲଟନରେ ଖେଳାଯାଉଥିବା ସିରିଜର ଶେଷ ଟି-୨୦ ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । ତେବେ ନ୍ୟୁଜିଲାଣ୍ଡର ପ୍ରାରମ୍ଭିକ ଯୋଡି ରୋହିତଙ୍କ ଏହି ନିଷ୍ପତିକୁ ଭୁଲ ପ୍ରମାଣିତ କରିଥିଲେ । ଭାରତୀୟ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିବା ସହ ସ୍କୋରବୋର୍ଡର୍କୁ ବଢାଇ ଚାଲିଥିଲେ । କଲିନ ମୁନରୋଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ୪ ୱିକେଟରେ ୨୧୨ର ବିଜୟଲକ୍ଷ୍ୟ ଛିଡା କରିଥିଲା । ଭାରତ ପକ୍ଷରୁ କୁଳଦୀପ ଯାଦବ ସର୍ବାଧିକ ୨ଟି ୱିକେଟ ହାତେଇଥିଲେ ।
୨୧୩ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ରୋହିତ ବାହିନୀକୁ ପ୍ରଥମ ଓଭରରେ ହିଁ ଝଟକା ଲାଗିଥିଲା । ତେବେ ପରେ ଅଧିନାୟକ ରୋହିତ ଶର୍ମା ଓ ବିଜୟ ଶଙ୍କର ଦଳର ମଙ୍ଗ ଧରିଥିଲେ । ତେବେ ଏହି ଦୁଇଟି ୱିକେଟର ପତନ ପରେ ଭାରତର ବିଜୟ ସମ୍ଭାବନା କ୍ଷୀଣ ହୋଇଯାଇଥିଲା । ତେବେ ଶେଷ ଆଡକୁ ଦିନେଶ କାର୍ତ୍ତିକ ଓ କୁର୍ଣ୍ଣାଲ ପାଣ୍ଡ୍ୟା ଭାରତକୁ ଜିତାଇବା ପାଇଁ ଲଢେଇ କରିଥିଲେ । କାର୍ତ୍ତିକ ୧୬ଟି ବଲରୁ ୩୩ ଓ ପାଣ୍ଡ୍ୟା ୧୩ ବଲରୁ ୨୬ ରନ କରିବା ସହ ଶେଷ ପର୍ୟ୍ୟନ୍ତ ଭାରତକୁ ଜିତାଇବାକୁ ସଂର୍ଘଷ କରିଥିଲେ । କିନ୍ତୁ ଶେଷ ବଲ ପଡିବା ପରେ ଭାରତ ହାତରୁ ବିଜୟ ଛଡାଇ ନେଇଥିଲା କିୱି ଟିମ୍ । ଆଉ ଏହାସହ ସିରିଜ ହାତଛଡା କରିଥିଲା ଟିମ୍ ଇଣ୍ଡିଆ ।

Share

Leave a Reply

Your email address will not be published. Required fields are marked *

eighteen − 14 =