ଗସ୍ତ ପୂର୍ବରୁ ‘Modi Is A Mistake’ ପୋଷ୍ଟର ଭାଇରାଲ

ନୂଆଦିଲ୍ଲୀ () ଆସାମ ପରେ ଆଜି ଆନ୍ଧ୍ରପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି । ଟିଡିପି ସହ ସମ୍ପର୍କ ଛିନ୍ନ ହେବା ପରେ ଦକ୍ଷିଣ ଭାରତରେ ଏହି ରାଜନୈତିକ ସମ୍ବେଦନଶୀଳ ରାଜ୍ୟରେ ବିଜେପି ନିଜର ଶକ୍ତି ବୃଦ୍ଧି କରିବାକୁ ଯୋଜନା କରୁଛି । କିନ୍ତୁ ମୋଦିଙ୍କ ଗସ୍ତ ପୂର୍ବରୁ ଆନ୍ଧ୍ରରେ ମୋଦି ବିରୋଧୀ ବ୍ୟାନର ପୋଷ୍ଟର ଛାଇଯାଇଛି ।

ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମୋଦିଙ୍କ କାର୍ଟୁନ ସହ Go Back Modi ଲେଖାଥିବା ବ୍ୟାନର ଇ ପୋଷ୍ଟର ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିଛି । ଏହି ପୋଷ୍ଟର ସୋସିଆଲ ମିଡିଆରେ ମଧ୍ୟ ବହୁଳ ଭାବେ ପ୍ରଚାରିତ ହେଉଛି ।

ସୋସିଆଲ ମିଡିଆରେ ଭାଇରଲ ହୋଇଥିବା ପୋଷ୍ଟର ମଧ୍ୟରୁ ଏହା ଅନ୍ୟତମ । ଏଥିରେ ମୋଦି ଆନ୍ଧ୍ରର ଜନ ବିରୋଧକୁ ଦେଖି ଦୌଡି ପଳାଉଥିବାର ଦେଖାଯାଇଛି । ଏଥିରେ ଆହୁରି ମଧ୍ୟ ଲେଖା ଯାଇଛି ଯେ, NoMoreModi, ModiIsAMistake ଇତ୍ୟାଦି ।

Share

Leave a Reply

Your email address will not be published. Required fields are marked *

two × five =