ବଜାରରୁ ପାଣି କିଣି ପିଉଛନ୍ତି କି ? ସାବଧାନ୍ …

ଆଜି ଆମେ ଏମିତି ଏକ ବିଷୟରେ ଜଣାଇବାକୁ ଯାଉଛୁ ଯାହାକୁ ଶୁଣିଲା ପରେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ। ବହୁତ ଲୋକ ମିନେରାଲ ୱାଟରକୁ ସବୁଠୁ ଶୁଦ୍ଧ ପାଣି ବୋଲି ଭାବିଥାନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେଯେ ବଜାରରେ ମିଳୁଥିବା ୧୦/୨୦ ଟଙ୍କାର ପାଣି ବୋତଲ ଆପଣଙ୍କୁ ବହୁତ କ୍ଷତି ପହଁଚାଇ ଥାଏ। ଯାହା ଦ୍ବାରା ଆପଣ ରୋଗରେ ପଡି ପାରନ୍ତି। କାରଣ ଏହି ବୋତଲରେ ପୂର୍ବରୁ ହିଁ ବହୁତ ପ୍ରକାରର ଭାଇରସ ଥାଏ।
ଆପଣ ଶୁଦ୍ଧ ପାଣି ପିଇବା ପାଇଁ ୱାଟର ପ୍ୟୁରିଫାୟାରରେ ପାଣିକୁ ନିର୍ମଳ କରି ତାକୁ ପ୍ଲାଷ୍ଟିକ ବୋତଲରେ ଭରି ଫ୍ରୀଜରେ ରଖିଥାନ୍ତି, କିନ୍ତୁ ସେହି ପ୍ଲାଷ୍ଟିକ ବୋତଲରେ ପୂର୍ବରୁ ହିଁ ଜୀବାଣୁ ରହିଥାଏ ଯାହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ।
ଏହି ବୋତଲରେ ପୂର୍ବରୁ ଜମିଥିବା ଜୀବାଣୁରୁ ଅଧିକାଂଶ ଜୀବାଣୁ ଏମିତି ଥାଆନ୍ତିଯେ ଯାହା ଆପଣଙ୍କ ଶରୀରରେ ଭୟଙ୍କର ରୋଗ ସ୍ରୁଷ୍ଟି କରାଇଥାଏ। ଯାହା ଦ୍ବାରା ଆପଣଙ୍କୁ ଡାଇରିଆ, ଫୁଡ୍ ପଏଜନିଙ୍ଗ୍ ଏବଂ ବାନ୍ତି ଇତ୍ୟାଦି ପେଟ ରୋଗ ହୋଇଥାଏ।
ଯେଉଁ ବୋତଲକୁ ଭଲକରି ପରିଷ୍କାର କରାଯାଇ ନଥାଏ ଏବଂ ଯେଉଁ ବୋତଲରେ ମୁହଁ ଲଗାଇ ପାଣି ପିଆ ଯାଇଥାଏ ସେହି ବୋତଲରେ ଅଧିକ ଜୀବାଣୁ ରହିଥାନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ନିତ୍ୟ ବ୍ୟବହାର କରାଯାଉଥିବା ବୋତଲରେ ପ୍ରତ୍ୟକ ସେଣ୍ଟି ମିଟର ଜାଗାରେ ପ୍ରାୟ ୯ ଲକ୍ଷ ଜୀବାଣୁ ରହିଥାନ୍ତି।
ଏହି କ୍ଷତିକାରକ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ପ୍ଲାଷ୍ଟିକର ପାଣି ବୋତଲ ନ କିଣି ମେଟାଲରେ ବ୍ୟବହ୍ରୁତ ପାଣି ବୋତଲର ବ୍ୟବହାର କରନ୍ତୁ। ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭବାନ ହୋଇଥାଏ।

Share

Leave a Reply

Your email address will not be published. Required fields are marked *

7 + 3 =