ଇମ୍ରାନ ଖାନ୍‌ ପରାଜୟ,ପ୍ରଧାନମନ୍ତ୍ରୀ ପଦରୁ ହେଲେ ବହିଷ୍କୃତ

ପାକିସ୍ତାନରେ ଇମ୍ରାନ ସରକାରର ପତନ । ଅନାସ୍ଥା ଭୋଟରେ ଇମ୍ରାନ ଖାନ୍‌ ପରାଜୟ ବରଣ କରିବା ସହ ଦେଶର ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଛନ୍ତି । ଅନାସ୍ଥା ଭୋଟରେ ବହିଷ୍କୃତ ହେବାରେ ଇମ୍ରାନ ହେଉଛନ୍ତି ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ । ପାକିସ୍ତାନ ପରିସ୍ଥିତି ଅଶାନ୍ତ ହୋଇପଡିଛି । ରାସ୍ତା ଉପରକୁ ଇମ୍ରାନଙ୍କ ସମର୍ଥକ ଓହ୍ଲାଇ ଥିବାରୁ ବିଭିନ୍ନ ସହରରେ ସେନା ମୁତୟନ କରାଯାଇଛି । ନେତା ଓ ଅଧିକାରୀ ଦେଶ ଛାଡ଼ିବା ଉପରେ କଟକଣା ଲାଗିଛି । ଅନାସ୍ଥା ପ୍ରସ୍ତାବ ଭୋଟ ଟାଳିବା ପାଇଁ ଦିନ ତମାମ କସରତ ଚାଲିଥିଲା । ତେବେ ରାତିରେ ସଂସଦ ବୈଠକ ବସିଥିଲା । କିନ୍ତୁ ଅନାସ୍ଥା ଭୋଟ ପୂର୍ବରୁ ଉଭୟ ବାଚସ୍ପତି ଓ ଉପବାଚସ୍ପତି ଇସ୍ତଫା ଦେଇଥିଲେ । ସେମାନଙ୍କ ସ୍ଥାନରେ ଜଣେ ଅସ୍ଥାୟୀ ବିଚାରପତି ଅନାସ୍ଥା ଭୋଟ କରାଇଥିଲେ ।

ମଧ୍ୟରାତିରେ ହୋଇଥିବା ମତଦାନ ପୂର୍ବରୁ ଇମ୍ରାନଙ୍କ ଦଳର ସମସ୍ତ ସଭ୍ୟ କକ୍ଷତ୍ୟାଗ କରିଥିଲେ । ଇମ୍ରାନଙ୍କ ବିରୋଧରେ ୧୭୪ ଭୋଟ ପଡିଥିଲା । ଅନାସ୍ଥା ହାରିବା ପରେ ଇମ୍ରାନ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଛାଡିଥିବା ଜଣାପଡିଛି । ଆମେ କାହାରିଠାରୁ ପ୍ରତିଶୋଧ ନେବୁ ନାହିଁ, କାହା ପ୍ରତି ଅନ୍ୟାୟ କରିବୁ ନାହିଁ । କାହାରିକୁ ଜେଲରେ ରଖିବୁ ନାହିଁ । ଆଇନ ତା ବାଟରେ ଯିବ ବୋଲି କହିଛନ୍ତି ଶାହବାଜ ସରିଫ

Share

Leave a Reply

Your email address will not be published. Required fields are marked *

2 × 5 =