ବିଶ୍ୱରଞ୍ଜନଙ୍କ ସଫଳତା ପାଇଁ ବିଧାୟକଙ୍କ ଶୁଭେଚ୍ଛା

ଭୁବନେଶ୍ବର() ଦୃଢ ଇଚ୍ଛାଶକ୍ତ ଓ ଅଧ୍ୟବସାୟ ଆଗରେ ଦାରିଦ୍ର୍ୟ କିପରି ହାର ମାନେ ତାହା ଶ୍ରୀକୁମାର ବିଶ୍ୱରଞ୍ଜନ ପ୍ରମାଣିତ କରିଦେଇଛନ୍ତି । ବାପା ପେଷାରେ ଜଣେ ଦର୍ଜୀ । ବ୍ୟବସାୟ କର ନିଜର ସୀମିତ ସମ୍ବଳ ଭିତରେ ଏବଂ ନାନା ପ୍ରକାରର ଅଭାବ ଅନାଟନରେ ଚଳୁଥିବା ବେଳେ ନିଜ ପୁଅକୁ ଆଇଏଏସ କରିପାରିବା ଏକ କଷ୍ଟକର ବ୍ୟପାର ହୋଇଥିଲେ ମଧ୍ୟ ତାହା ସେ ପ୍ରମାଣିତ କରଛନ୍ତି । ଏହା ଭଗବାନଙ୍କ ତାଙ୍କ ପ୍ରତି ଅଶେଷ କରୁଣା ଓ ପୁଅର ଇଚ୍ଛାଶକ୍ତି ଆଜି ତାଙ୍କର ସ୍ୱପ୍ନକୁ ସାକାର କରିଛି ।

ଘଟଣାଟି ଘଟିଛି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବିଏମସି ୧୪ ନମ୍ବର ୱାର୍ଡର ନିଳାଦ୍ରୀ ବିହାରରେ ରହୁଥିବା ବେଣୁଧର ଭୋଳ ଓ ପତ୍ନୀ ମୀନତି ଭୋଳଙ୍କ କ୍ଷେତ୍ରରେ । ବେଣୁଧର ଦର୍ଜୀ କାମ କରି ବହୁ କଷ୍ଟରେ ତାଙ୍କ ପରିବାର ପ୍ରତିପୋଷଣ କରୁଥିଲେ । ପତ୍ନୀ ମୀନତି ମଧ୍ୟ ସ୍ୱାମୀଙ୍କୁ ପ୍ରତି କ୍ଷେତ୍ରରେ ସହାୟତା କରିଆସିଥିଲେ । ସେମାନଙ୍କର ସୁଯୋଗ୍ୟ ସନ୍ତାନ ଶ୍ରୀକୁମାର ବିଶ୍ୱରଞ୍ଜନ ନିଜର ଦୃଢ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ଫଳରେ ସର୍ବଭାରତୀୟ ପ୍ରଶାସନିକ କରୀକ୍ଷାରେ ଉତୀର୍ଣ୍ଣ ହୋଇ ୧୮୨ ନମ୍ବର ର୍ୟାଙ୍କ ରଖିଛନ୍ତି । ସେହି ଉଦୀୟମାନ ତାରକାଙ୍କୁ ବିଧାୟକ ସୁଶାନ୍ତ ରାଉତ, ସମାଜସେବୀ ସୁବାସ ଚନ୍ଦ୍ର ପାତ୍ର ଏବଂ ଯୁବ ନେତା ମନୋଜ କୁମାର ସାହୁ ତାଙ୍କ ଘରେ ପହଁଚି ତାଙ୍କର ଏ ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Share

Leave a Reply

Your email address will not be published. Required fields are marked *

fifteen − 12 =