କଳହାଣ୍ଡିର ରୂପାନ୍ତରଣ: ଅନିଲ୍ ଅଗ୍ରୱାଲ୍‌ଙ୍କ ଉଲ୍ଳେଖନୀୟ ଯାତ୍ରା

ଭୁବନେଶ୍ୱର: ୧୯୮୫ରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ କଳାହାଣ୍ଡି ଗସ୍ତ କରିଥିଲେ ଏବଂ ସେଠାକାର ଦୁର୍ଦ୍ଦଶାପୂର୍ଣ୍ଣ ସ୍ଥିତି ଦେଖି ନିଜର ପ୍ରସିଦ୍ଧ ମନ୍ତବ୍ୟ ଦେଇଥିଲେ ଯେ ଦିଲ୍ଲୀରୁ ଯାଉଥିବା ପ୍ରତିଟି ଟଙ୍କାରୁ ମାତ୍ର ୧୫ ପଇସା ତାହାକୁ ଚାହୁଥିବା ଲୋକମାନଙ୍କ ପାଖରେ ପହଂଚୁଛି । ସେହି ଗମ୍ଭୀର ବାସ୍ତବତା ଦୂରଦୃଷ୍ଟି ସମ୍ପନ୍ନ ଉଦ୍ୟୋଗୀ ଅନିଲ ଅଗ୍ରୱାଲଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା । ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଦ୍ୱାରା ଅନୁପ୍ରାଣିତ ହୋଇ ଏକ ଆଲୁମିନିୟମ ଶିଳ୍ପ ସ୍ଥାପନ କରି କଳାହାଣ୍ଡିକୁ ସମୃଦ୍ଧ କରିବା ଲାଗି ଶ୍ରୀ ଅଗ୍ରୱାଲ ନିଜର ପ୍ରମୁଖ ମିସନର ଶୁଭାରମ୍ଭ କରିଥିଲେ ।
ପ୍ରାରମ୍ଭିକ ପର୍ଯ୍ୟାୟରେ ଶିଳ୍ପ ସ୍ଥାପନକୁ ନେଇ ମନରେ ରହିଥିବା ଧାରଣା ପାଇଁ ଶ୍ରୀ ଅଗ୍ରୱାଲ୍ ନିଜର ସଂକଳ୍ପକୁ ସୁଦୃଢ଼ କରିବାକୁ କଳାହାଣ୍ଡି ଗସ୍ତ କରିଥିଲେ । ଅପପୁଷ୍ଟିରେ ପୀଡ଼ିତ ଦେହରେ ଆବଶ୍ୟକ ଜାମା ନଥିବା ସ୍ଥାନୀୟ ଲୋକ ଯେଉଁମାନେ ଜଙ୍ଗଲଜାତ ଦ୍ରବ୍ୟ ଖାଇ ବଂଚୁଥିଲେ ସେମାନେ ତାଙ୍କୁ ସ୍ୱାଗତ କରିଥିଲେ । ଏହା ଦୁର୍ଗମ ଓ ନକ୍ସଲ ପ୍ରଭାବିତ ଅଂଚଳ ହୋଇଥିବାରୁ ଭାରତୀୟ ନିବେଶକମାନେ ବିଶେଷ ଆଗ୍ରହ ଦେଖାନଥିବା ସତ୍ୱେ ଶ୍ରୀ ଅଗ୍ରୱାଲ ବିଦେଶରେ ୧୦୦ କୋଟି ଡଲାର ପାଣ୍ଠି ଯୋଗାଡ଼ କରିଥିଲେ ।
କଳାହାଣ୍ଡିର ରୂପାନ୍ତରଣ ଯାତ୍ରା ଐତିହାସିକ ଥିଲା । ଅଗ୍ରୱାଲଙ୍କ ଟିମ୍ ରେଳ, ସଡ଼କଠାରୁ ବିମାନବନ୍ଦର ପର୍ଯ୍ୟନ୍ତ ସବୁ କିଛି ମୂଳରୁ ଆରମ୍ଭ କରିଥିଲେ । ବିଶ୍ୱର ସର୍ବବୃହତ ଆଲୁମିନା ରିଫାଇନାରି ଉଦଘାଟିତ ହୋଇଥିଲା ଯାହା ଦ୍ୱାରା ବିଶ୍ୱ ପ୍ରଯୁକ୍ତି ଓ ପ୍ରତିଭା ଆସିଥିଲା । ୨୧,୦୦୦ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିଥିଲା ଯେଉଁମାନେ ପ୍ରଥମ ଥର ପାଇଁ ନିଜ ହାତରେ ଟଙ୍କା ଦେଖିଥିଲେ । ଏନ୍‌ଜିଓ ଓ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କଠାରୁ ଆହ୍ୱାନ ସତ୍ୱେ ଏହି ପ୍ରକଳ୍ପ ସଫଳ ହୋଇଥିଲା ଏବଂ କର୍ମଚାରୀଙ୍କ ବେତନରେ ୫୦୦% ବୃଦ୍ଧି ହେବା ସହ ଶିଳ୍ପ ଉତ୍ପାଦନ ୪୦୦ ପ୍ରତିଶତ ବଢ଼ିଥିଲା ଏବଂ ୧୦୦ରୁ ଅଧିକ କାରଖାନା ସ୍ଥାପନ ହୋଇଥିଲା । ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମ ଏହି ଅଂଚଳ ପରିଦର୍ଶନ କରି ଶିଳ୍ପ ବିପ୍ଳବ ଉପରେ ଗୁରୁତ୍ୱାରୋପ କରିଥିଲେ ଯାହା କଳାହାଣ୍ଡିର ଚିତ୍ରଚରିତ୍ର ବଦଳାଇ ଦେଇଥିଲା ।
ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ଲାଗି ଅନିଲ ଅଗ୍ରୱାଲଙ୍କ ଅତୁଟ ପ୍ରତିବଦ୍ଧତା ଏକ ରୂପାନ୍ତରୀକରଣ ନୀଳନକ୍ସା ପ୍ରସ୍ତୁତ କରିଥିଲା । ଏହି ଅସାଧାରଣ ଯାତ୍ରାର ଅଂଶ ହେବା ଲାଗି ସେ ନିବେଶକମାନଙ୍କୁ ଆମନ୍ତ୍ରଣ କରିଛନ୍ତି । କଳାହାଣ୍ଡି ଏକ ବିକଶିତ ଓ ଉଦାହରଣ ସୃଷ୍ଟିକାରୀ ଜିଲ୍ଲା ଭାବେ ଉଭା ହେବାର ବିଶ୍ୱାସ ତାଙ୍କର ରହିଛି ତେଣୁ ଗୋଟିଏ ପିଢ଼ିରେ ସେ ଅନ୍ତର୍ଭୁକ୍ତୀକରଣ ସ୍ୱପ୍ନ ସାକାର କରିବାକୁ ଚାହୁଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × 1 =