‘ହାର ନେହିଁ ମାନୁଗାଁ’ର ହିରୋ ଡାକ୍ତରଖାନାରେ

ଭୁବନେଶ୍ବର, ()  ‘ହାର ନେହିଁ ମାନୁଗାଁ’ କବିତାର ହିରୋ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କୁ ଏସ୍‍ସ ଡାକ୍ତରକାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ୯୩ ବର୍ଷରେ ପହଞ୍ଚିଥିବା ଶ୍ରୀ ବାଜପାୟୀ ବିଗତ କିଛି ବର୍ଷ ଧରି ଅସୁସ୍ଥ ଅଛନ୍ତି । ଭାରତୀୟ ରାଜନୀତିରେ ଶିଖର ପୁରୁଷ ଭାବେ ପରିଚିତ ଶ୍ରୀ ବାଜପାୟୀ ଡିମେନସିଆ (ସ୍ମୃତିଦୋଷ) ରୋଗରେ ପୀଡିତ । ଏହି ରୋଗ ଯୋଗୁଁ ସେ କଥା କହିବାକୁ ଅକ୍ଷମ ହୋଇପଡିଛନ୍ତି । ଦେଶର ଜଣେ ଶ୍ରେଷ୍ଠ ବକ୍ତାଭାବେ ପରିଚିତ ଅଟଳ ବିହାରୀ ବାଜପାୟୀଙ୍କର ଏଭଳି ଅବସ୍ଥା ହେବ ବୋଲି କେହି ସ୍ବପ୍ନରେ ସୁଦ୍ଧା ଭାବିନଥିଲେ ।

ଏମ୍‍ସର ନିର୍ଦେଶକ ତଥା ଅଟଳ ବିହାରୀ ବାଜପାୟୀଙ୍କ ଚିକିତ୍ସା କରୁଥିବା ଡା.ରଣଦୀପ ଗୁଲେରିଆଙ୍କ ପରାମର୍ଶ କ୍ରମେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ଡା. ଗୁଲେରିଆ ସୂଚନା ଦେଇଛନ୍ତି । ଡା. ରଣଦୀପ ଗୁଲେରିଆଙ୍କ ନେତୃତ୍ବରେ ଗୋଟିଏ ଡାକ୍ତରୀ ଦଳ ଅଟଳ ବିହାରୀ ବାଜପାୟୀଙ୍କ ଚିକିତ୍ସା କରୁଛନ୍ତି ।

ଅଟଳ ବିହାରୀ ବାଜପାୟୀଙ୍କ ଜୀବନ ସମୁଦ୍ର ଭଳି ଗଭୀର । ତାଙ୍କ ବିଷୟରେ ଯେତେ ଆଲୋଚନା କଲେ ବି ତାହା ସମ୍ବୁର୍ଣ୍ଣ ହେଲା ଭଳି ଲାଗେ ନାହିଁ । ତଥାପି ମଧ୍ୟ ଶ୍ରୀ ବାଜପାୟୀଙ୍କ ଜୀବନୀ ସମ୍ପର୍କରେ କିଛି ଅଜଣା କଥାକୁ ଆମେ ଏଠାରେ ଆଲୋଚନା କରୁଛୁ ।

ଅଟଳ ବିହାରୀ ବାଜପାୟୀଙ୍କ ଜୀବନୀ ‘ହାର ନେହିଁ ମାନୁଗାଁ’ ପତ୍ରିକାରେ ସମ୍ବାଦିକ ବିଜୟ ତ୍ରିବେଦୀ ଲେଖିଛନ୍ତି, ଥରେ ହିମାଚଳ ପ୍ରଦେଶର ଗୋଟିଏ ଛୋଟ ବିମାନରେ ଧର୍ମଶାଳା ଯାଉଥିଲେ । ତାଙ୍କ ସହିତ ସେତେବେଳର ବରିଷ୍ଠ ସାମ୍ବାଦିକ ବଲବୀୟ ପୁଞ୍ଜ ମଧ୍ୟ ଥିଲେ । ଯାତ୍ରାକଳରେ ବାଜପାୟୀ ବିମାନରେ ଶୋଇପଡିଥିଲେ । ଏହି ସମୟରେ ବିମାନର ସହକାରୀ ପାଇଲଟ କକପିଟରୁ ବାହାରି ଆସି ବଲବୀର ପୁଞ୍ଜଙ୍କୁ ପଚାରିଲେ ଏହା ପୂର୍ବରୁ କେବେ ଧର୍ମଶାଳା ଆସିଛନ୍ତି । ଏଭଳି ପଚାରିବାର କାରଣ ପୁଞ୍ଜ ସହକାରୀ ପାଇଲଟଙ୍କୁ ପଚାରିବାରୁ ସେ କହିଲେ ଏୟାର ଟ୍ରାଫିକ କଣ୍ଟୋଲ ସହିତ ବିମାନର ସମ୍ପର୍କ ବିଛିନ୍ନ ହୋଇଛି । ପାଇଲଯଙ୍କ ପାଖରେ ଯେଉଁ ମାନଚିତ୍ର ଥିଲା ତାହା ବହୁ ପୁରୁଣା ହୋଇଥିବାରୁ ଧର୍ମଶାଳା ସହିତ ମେଳ ଖାଉନାହିଁ । ଏହି କଥୋପକଥନରେ ବାଜପାୟୀଙ୍କ ନିଦ ଭାଙ୍ଗିଥିଲା । ଯେତେବେଳେ ବଳବୀର ପୁଞ୍ଜ ସବୁକଥା କହିବା ପରେ ବାଜପାୟୀ କହିଲେ, ଜାଗ୍ରତ ଥିବା ଅବସ୍ଥାରେ କ୍ରାସ ହେଲେ କଷ୍ଟ ଲାଗିବ । ତେଣୁ ମୁଁ ପୁଣି ଶୋଇପଡୁଛି ବୋଲି ବାଜପାୟୀ କହି ଶୋଇପଡିଲେ । ପରେ ଏହି ବିମାନର ସମ୍ପର୍କ ଇଣ୍ଡିଆନ ଏୟାର ଲାଇନ୍ସ ହୋଇ ଧର୍ମଶାଳା ପରିବର୍ତେ କୁଲୁରେ ଅବତରଣ କରିଥିଲା ।

ବାଜପାୟୀ ରାଜନୈତିକ ଜୀବନ ଆରମ୍ଭରେ ୧୯୫୩ରେ ବମ୍ବେରେ ଜନସଂଘର ଏକ ରାଲିକୁ ସମ୍ବୋଧନ କରିବାର ଥିଲା । ଯେତେବେଳେ ସେ ସଭାକୁ ଯିବାକୁ ବାହାରିଲେ ଦେଖିଲେ ତାଙ୍କ କୁର୍ତ୍ତା ହାତ ପାଖରୁ ଫାଟି ଯାଇଛି । ସେ ଆଉ ଏକ କୁର୍ତ୍ତ ପିନ୍ଧିଲା ବେଳକୁ ଦେଖିଲେ ତାହା ମଧ୍ୟ ବେକ ପାଖରୁ ଫାଟିଯାଇଥିଲା । ତାଙ୍କ ପାଖରେ ଏହି ଦୁଇଟି କୁର୍ତ୍ତା ଥିଲା । କିନ୍ତୁ ଦୁଇଟି ଯାକ ଫାଟି ଯାଇଥିଲା । କିନ୍ତୁ ସେ ତାଙ୍କ ବୁଦ୍ଧିର ପରିଚୟ ଦେଇ ଫଟା କୁର୍ତ୍ତା ଉପରେ ଜାକେଟ ପିନ୍ଧିବାରୁ ସେ ସମ୍ପର୍କରେ କେହି କିଛି ଜାଣିପାରିଲେ ନାହିଁ ।

୨୫ ଡିସେମ୍ବର ୧୯୪୨ରେ ଗୋଆଲିୟରରେ ଜନ୍ମଗ୍ରହଣ କରିଥିବା ଭାରତରତ୍ନ ଅଟଳ ବିହାରୀ ବାଜପାୟୀଙ୍କ ରାଜନୈତିକ ଜୀବନ ବଡ ସଂଘର୍ଷପୂର୍ଣ୍ଣ ଥିଲା । ୧୯୫୩ରେ ତତକାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଭଉଣୀ ଲକ୍ଷ୍ନୋ ସାଂସଦ ବିଜୟଲକ୍ଷ୍ମୀ ପଣ୍ଡିତ ଜାତିସଂଘର ରାଷ୍ଟ୍ରଦୂତ ନିଯୁକ୍ତି ହେବାରୁ ଉପନିର୍ବାଚନରେ ୨୮ବର୍ଷ ବୟସ୍କ ସମ୍ବାଦିକ ଅଟଳ ବିହାରୀ ବାଜପାୟୀ ଜନସଂଘରୁ ପ୍ରାର୍ଥୀ ହୋଇଥିଲେ । ଏହି ନିର୍ବାଚନରେ ବାଜପାୟୀ ୩ୟ ସ୍ଥାନରେ ରହି ପରାଜିତ ହୋଇଥିଲେ । ୧୯୫୭ରେ ଜନସଂଘ ସଭାପତି ଦୀନ ଦୟାଲ ଉପାଧ୍ୟାୟ ବାଜପାୟୀଙ୍କୁ ଉତ୍ତର ପ୍ରଦେଶର ୩ଟି ଲୋକସଭା ଆସନ ମଥୁରା, ଲକ୍ଷ୍ନୋ ଓ ବଳରାମପୁରରୁ ପ୍ରାର୍ଥୀ କରିଥିଲେ । ମଥୁରାରେ ବାଜପାୟୀଙ୍କ ଜମାନତ ରଦ୍ଦ ହୋଇଥିବାବେଳେ ଲକ୍ଷ୍ନୋରେ କଡା ମୁକାବିଲା କରି ୨ୟ ସ୍ଥାନ ଓ ବଳରାମପୁରରୁ ବିଜୟୀ ହୋଇ ଲୋକସଭାରେ ପ୍ରବେଶ କରିଥିଲେ ।

ବଳରାମପୁର ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ହାଇଦର ସାହେବଙ୍କ ପରାସ୍ଥ କରିଥିଲେ । ୧୯୬୨ ନିର୍ବାଚନରେ ବାଜପାୟୀଙ୍କୁ ହରାଇବାକୁ ଚାହୁଁନଥିବା ନେହେରୁ ବଳରାମପୁର ପ୍ରଚାର କରିବାକୁ ଯାଇନଥିଲେ । କିନ୍ତୁ ବଳରାଜ ସାହାନୀ ପ୍ରଚାର କରି ବାଜପାୟୀ ଦୁଇ ହାଜର ଭୋଟରେ ହରାଇଥିଲେ । ବଳରାମପୁରରୁ ହାରିବା ପରେ ବାଜପାୟୀ ୟୁପିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୭ ନିର୍ବାଚନରେ ବାଜପାୟୀ ବଳରାମପୁର ନିର୍ବାଚନ ମଣ୍ଡଳୀରୁ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇ କଂଗ୍ରେସ ପ୍ରାର୍ଥୀ ସୁଭଦ୍ରା ଯୋଶୀଙ୍କୁ ପରାସ୍ତ କରିଥିଲେ ।

୧୯୭୧ରେ ବଳରାମପୁରରେ ସ୍ଥିତି ଖରାପ ଥିବା ଦେଖି ବାଜପାୟୀ ନିଜ ରାଜ୍ୟ ମଧ୍ୟପ୍ରଦେଶର ଗୋଆଲିୟରକୁ ଫେରିଥିଲେ । ରାଜମାତା ବିଜୟରାଜେ ସିନ୍ଧିଆଙ୍କ ସମର୍ଥନରେ ବାଜପାୟୀ କଂଗ୍ରେସର ଗରିବ ହଟାଅ ଅଭିଯାନକୁ ବିଫଳ କରି କଂଗ୍ରେସ ପ୍ରାର୍ଥୀ ଗୌତମ ଶର୍ମାଙ୍କୁ ପରାସ୍ତ କରିଥିଲେ । ଏହାପରେ ଦେଶରେ ଜରୁରୀ ପରିସ୍ଥିତି ଜାରୀ ହେବାରୁ ଜେଲ ଯାଇଥିଲେ । ୧୯୭୭ ଓ ୧୯୮୦ ନିର୍ବାଚନରେ ନୂଆଦିଲ୍ଲୀ ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ।

୧୯୮୦ରେ ବିଜେପି ସଂସ୍ଥାପକ ସଭାପତି ଅଟଳ ବିହାରୀ ବାଜପାୟୀଙ୍କ କାର୍ଯ୍ୟଶେଅଳୀକୁ ନେଇ ଆରଏସଏସ ମୁଖ୍ୟ ଦେଓରସ ବାଲା ସାହେବ ଅସନ୍ତୁଷ୍ଟ ଥିଲେ । ୧୯୮୪ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ଲାଗି ବାଜପାୟୀ ଦଳୀୟ ସଭାପତି ପଦରୁ ଇସ୍ତଫା ଦେବା ପରେ ଲାଲକୃଷ୍ଣ ଆଡଭାନୀ ସଭାପତି ହୋଇଥିଲେ । ୧୯୮୪ ନିର୍ବାଚନରେ ବାଜପାୟୀ ଗୋୟାଲିୟରରୁ କଂଗ୍ରେସ ପ୍ରାର୍ଥୀ ମାଦବରାଓ ସିନ୍ଧିଆଙ୍କଠାରୁ ବଡ ବ୍ୟବଧାନରେ ପରାଜିତ ହୋଇଥିଲେ ।

୧୯୮୬ରେ ବାଜପାୟୀ ରାଜ୍ୟସଭାକୁ ନିର୍ବାଚିତ ହୋଇ ୧୯୮୯ରେ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିନଥିଲେ । ୧୯୯୧ରେ ବାଜପାୟୀ ଲକ୍ଷ୍ନୋ ଓ ବିଦିଶାରୁ ଲଢି ଉଭୟରେ ବିଜୟୀ ହୋଇ ବିରୋଧିଦଳ ନେତା ହୋଇଥିଲେ । ବିଜେପିର ବମ୍ବେ ଅଧିବେଶନରେ ବାଜପାୟୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ଘୋଷଣା କରାଗଲା । ଏଥିରେ ବିଜେପିର ସ୍ଲୋଗାନ ଥିଲା, ‘ଅଟଳ-ଆଡଭାନୀ କମଲ ନିଶାନ, ମାଙ୍ଗ ରହା ହେ ହିନ୍ଦୁସ୍ଥାନ’ ପରିବର୍ତ୍ତନ ହୋଇ ‘ଲାଲକିଲ୍ଲା ପର କମଲ ନିଶାନ, ମାଙ୍ଗ ରହା ହେ ହିନ୍ଦୁସ୍ଥାନ’, ‘ଅବକୀ ବାରୀ ଅଟଳ ବିହାରୀ’ ଆଦି ସ୍ଲୋଗାନ ଥିଲା । ୧୯୯୬ରେ ବାଜପାୟୀ ଲକ୍ଷ୍ନୋ ଓ ଗାନ୍ଧିନଗରରୁ ଲଢି ବିଜୟୀ ହୋଇଥିଲେ ।

ପ୍ରଥମ ଥର ପାଇଁ ୧୯୯୬ ମେ ୧୬ରେ ମାତ୍ର ୧୩ ଦିନ ପାଇଁ ଅଟଳ ବୀହାରୀ ବାଜପାୟୀ ପ୍ରଧାନମନ୍ତ୍ରୀ ହୋଇଥିଲେ । ପରେ ୧୯ ମାର୍ଚ୍ଚ ୧୯୯୮ରେ ୧୩ମାସ ପାଇଁ ପ୍ରଧାନ ମନ୍ତ୍ରୀ ହୋଇଥିଲେ । ୧୯୯୯ ଏପ୍ରିଲ ୧୭ରେ ମାତ୍ର ଗୋଟିଏ ଭୋଟରେ ଲୋକସଭାରେ ଆସ୍ଥା ହରାଇ ସରକାରରୁ ଓହରିଥିଲେ । ଓଡିଶାର ତତକାଳୀନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ କୋରାପୁଟ ସାଂସଦ ଭାବେ ଭୋଟ ଦେଇ ବାଜପାୟୀ ସରକାରର ପତନ ଘଟାଇଥିଲେ ।

ପରେ ୨୦୦୦ ନିର୍ବାଚନରେ ଏନଡିଏକୁ ବହୁମତ ମିଳିବାରୁ ବାଜପାୟୀ ପୁଣିଥରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ୨୦୦୪ରେ ଇଣ୍ଡିଆ ସାଇନିଂ କ୍ୟାମ୍ପେନ ବିଜେପିକୁ ହତବାକ କରିଦେଇଥିଲା । ୨୦୦୫ ଡିସେମ୍ବର ୨୫ରେ ବାପାୟୀ ନିଜ ଜନ୍ମଦିନ ପାଳନ ଅବସରରେ ରାଜନୀତିରୁ ଅବସର ନେଇ ନୂଆ ପୀଢି ପାଇଁ ରାସ୍ତା ଖୋଲିଥିଲେ ।

Share

Leave a Reply

Your email address will not be published. Required fields are marked *

11 − 8 =