ହାଥରସ ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଦେବେ ୮୦ ଯବାନ

ହାଥରସ()  ଉତ୍ତରପ୍ରଦେଶ ହାଥରସରେ ଘଟିଥିବା କଥିତ ଗଣ ବଳାକ୍ରାର ଏବଂହତ୍ୟା ମାମଲାରେ ପୀଡ଼ିତାଙ୍କ ପରିବାରର ସୁରକ୍ଷା ବଢ଼ାଯାଇଛି । ସୁପି୍ରମକୋର୍ଟଙ୍କ ନିଦେ୍ର୍ଧଶକ୍ରମେ ପୀଡ଼ିତାଙ୍କ ପରିବାର ଲୋକଙ୍କ ସୁରକ୍ଷା ପାଇଁ ୮୦ ଜଣ ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି । ଯବାନମାନଙ୍କ ରହଣି ପାଇଁ ପୀଡ଼ିତାଙ୍କ ଗାଁ ରାମପୁରରେ ଥିବା ଏକ ସ୍କୁଲରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହା ପୂର୍ବରୁ ଉତ୍ତରପ୍ରଦେଶ ପୁଲିସ ସେମାନଙ୍କ ସୁରକ୍ଷାରେ ନିୟୋଜିତ ଥିଲା । ଗତ ଅକ୍ଟୋବର ୨୭ରେ ସୁପି୍ରମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରି ପୀଡ଼ିତାଙ୍କ ପରିବାରକୁ ଯୋଗାଇ ଦିଆଯାଉଥିବା ସୁରକ୍ଷାର ସମୀକ୍ଷା କରିଥିଲେ । ଖଣ୍ଡପୀଠ କହିଥିଲେ, ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ରାଜ୍ୟ ସରକାର ଯୋଗାଉଥିବା ସୁରକ୍ଷା ଆଶ୍ୱସ୍ତିଜନକ । କିନ୍ତୁ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କୁ ସିଆରପିଏଫ ଯବାନଙ୍କ ଦ୍ୱାରା ସୁରକ୍ଷା ଯୋଗାଇ ଦିଆଯିବା ଆବଶ୍ୟକ । ଏଣୁ ଏକ ସପ୍ତାହ ମଧ୍ୟରେ ରାଜ୍ୟ ପୁଲିସ ବଦଳରେ ସିଆରପିଏଫ ଯବାନଙ୍କୁ ସେଠାରେ ମୁତୟନ କରାଯାଉ ବୋଲି କୋର୍ଟ ନିଦେ୍ର୍ଧଶ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

15 − 13 =