ବାଣ ମାର୍କେଟ ନଖୋଲିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ

ଗଞ୍ଜାମ() ଗ୍ରୀନ୍ ଓ କୋଭିଡ ମୁକ୍ତ ଦୀପାବଳୀ ପାଇଁ ଏକ ଆହ୍ୱାନ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ । ବାଣ ମାକେର୍ଟ ନଖୋଲିବାକୁ ଜିଲ୍ଲାପାଳ ନିବେଦନ କରିବା ସହ କହିଛନ୍ତି ଯେ, ‘ ବାଣ ମାର୍କେଟ ଖୋଲିବା ଯେଉଁ ଗାଇଡଲାଇନ୍ ରହିଛି ତାହା ଉପରେ ଅନୁଧ୍ୟାନ ହେବ । ଆଳୋଚନା କରି ଲାଇସେନ୍ସ ଦିଆଯିବ କି ନାହିଁ ବିଚାର କରାଯିବ ।’

ଏହା ସହ ଡିସେମ୍ବର ଯାଏଁ ମନ୍ଦିର ବନ୍ଦ ରଖିବାକୁ ଜିଲ୍ଲାପଳ ପରାମର୍ଶ ଦେଇଛନ୍ତି । କୋଭିଡ କଟକଣା ପାଇଁ ପିକନିକରେ ଭୋଜିଭାତ ଓ ମ୍ୟୁଜିକ୍ ବାରଣ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

nineteen − three =