ଚକ୍ରାନ୍ତ କରୁଛି ପାକିସ୍ତାନ

ମାଇଣ୍ଡ ଗେମ୍ ଖେଳି ଟିମ୍ ଇଣ୍ଡିଆର ମନୋବଳ ଦୁର୍ବଳ କରିବାର ଚକ୍କରରେ ଅଛି ପାକିସ୍ତାନ । ପାକିସ୍ତାନ ମନ୍ତ୍ରୀ ଫୱାଦ ଚୌଧୁରୀ ଟ୍ବିଟର ହ୍ୟାଣ୍ଡେଲରେ ଧୋନୀଙ୍କୁ ସମାଲୋଚନା କରିବା ସହ ଭାରତୀୟ ଗଣମାଧ୍ୟମ ଉପରେ ମଧ୍ୟ ହମଲା କରିଛନ୍ତି । ଧୋନୀ ତାଙ୍କ ଗ୍ଲୋଭସ୍ ରେ ସେନା ବଳିଦାନର ଯେଉଁ ଚିହ୍ନ ବ୍ୟବହାର କରୁଛନ୍ତି ତାକୁ ନେଇ ଟାର୍ଗେଟ୍ କରିଛନ୍ତି ଫୱାଦ ।

ଧୋନୀ ବିଶ୍ବକପ୍ ପାଇଁ ଇଂଲଣ୍ଡ ଯାଇଛନ୍ତି ମହାଭାରତ ପାଇଁ ନୁହେଁ । ତେଣୁ ଧୋନୀଙ୍କ ସପକ୍ଷରେ ଯୁକ୍ତି ବାଢ଼ୁଥିବା ଭରତୀୟ ସାମ୍ବାଦିକମାନେ ସିରିଆ, ଆଫଗାନିସ୍ତାନ ଓ ରୋୱାଣ୍ଡାରେ ଯୁଦ୍ଧ ଲଢ଼ନ୍ତୁ ବୋଲି ଲେଖିଛନ୍ତି ଫୱାଦ ।

ଦେଖିବାକୁ ଗଲେ ଆଜି ପର୍ୟ୍ୟନ୍ତ ବିଶ୍ବକପରେ ଭାରତ ଠାରୁ କୌଣସି ମ୍ୟାଚ୍ ଜିତି ନାହିଁ ପାକିସ୍ତାନ । ତେଣୁ ଜୁନ୍ ୧୬ରେ ହେବାକୁ ଥିବା ମ୍ୟାଚ୍ ପୂର୍ବରୁ ପାକିସ୍ତାନ ନୂଆ ଚାଲି ଖେଳୁଥିବା ଅନୁମାନ କରାଯାଉଛି ।

ତେବେ ଧୋନିଙ୍କ ଗ୍ଲୋଭସରେ ଲାଗିଥିବା ସେନରା ପ୍ରତୀକକୁ ହଟାଇବାକୁ ବିସିସିଆଇକୁ ଆଇସିସି ଅନୁରୋଧ କରିଛି ।

Share

Leave a Reply

Your email address will not be published. Required fields are marked *

13 + twenty =