ଚିନ୍ତାରେ ଦିଦି

କୋଲକାତା()  ଦିଦିଙ୍ଗ ଗଡ଼ରେ ଜୋର୍ ଜବରଦସ୍ତ ପଦ୍ମ ଫୁଟିଛି । ଶେଷରେ ଦିଦିଙ୍କ ଗଡ଼ ଦଖଲରେ ସଫଳ ହେଲା ବିଜେପି । ଆକ୍ଷେପ-ପ୍ରତିଆକ୍ଷେପ, ହିଂସାକାଣ୍ଡ, ଗୁଳିମାଡ଼ ମଧ୍ୟରେ ଜନତା ଶୁଣାଇଛନ୍ତି ଫୈସଲା । ବିଜେପିକୁ ରସଗୋଲା, ମାନେ ଶୂନ ଦେବାକୁ କହୁଥିବା ଦିଦିଙ୍କ ହାତରୁ ୧୮ ଆସନ ଛଡ଼ାଇନେଇଛନ୍ତି ମୋଦି । ୪୨ ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ୨୨ ଆସନ ମିଳିଥିବା ବେଳେ ବିଜେପିକୁ ମିଳିଛି ୧୮ । ଏଥର କଂଗ୍ରେସ ଖାତାକୁ ୨ଟି ସିଟ୍ ଯାଇଥିବା ବେଳେ ବାମଦଳ ପୂରା ଶୂନ୍ୟ ହୋଇଯାଇଛି ।

୧୯ ରେଜଲ୍ଟ ଦିଦିଙ୍କ ଚିନ୍ତା ବଢ଼ାଇଦେଇଛି । ଗତଥର ଦୁଇ ଆସନ ପାଇଥିବା ବିଜେପି ଯେତେବେଳେ ଯାଇ ୧୮ରେ ପହଞ୍ଚିଲାଣି, ପୁଣି ପ୍ରଚାର ବେଳେ ମୋଦି କହିଥିଲେ ଟିଏମସିର ୪୦ ବିଧାୟକ ତାଙ୍କ ସହ ଯୋଗାଯୋଗରେ। ଏହାକୁ ନେଇ ଦିଦି ବିଚଳିତ ହେବା ସ୍ବାଭାବିକ । ଏଥର ନିର୍ବାଚନ ପ୍ରଚାରଠାରୁ ଭୋଟ୍ ଗ୍ରହଣ ପର୍ୟ୍ୟନ୍ତ ସବୁବେଳେ ଚର୍ଚ୍ଚାରେ ରହିଥିଲା ପଶ୍ଚିମବଙ୍ଗ ।

Share

Leave a Reply

Your email address will not be published. Required fields are marked *

5 × 5 =