ଦଳବଦଳରେ କାହାର କେତେ ଲାଭ ?

ଭୁବନେଶ୍ବର ()ନିର୍ବାଚନ ପ୍ରକ୍ରୀୟା ଆରମ୍ଭରୁ ବର୍ତ୍ତମାନ ଦଳବଦଳ ପ୍ରକ୍ରୀୟା ନିର୍ବାଚନ ମାହୋଲ ଠାରୁ ରାଜନୀତିକୁ ଅଧିକ ସରଗରମ କରି ରଖିଛି ଏବଂ ଏହି ପ୍ରକ୍ରୀୟା ବର୍ତ୍ତମାନ ଗଣମାଧ୍ୟମର ମୁଖ୍ୟ ଶିରୋନାମା ହୋଇଛି । ଏହା ଦଳଡିଆଁ ମାନଙ୍କ ପାଇଁ ନିର୍ବାଚନ ପୂର୍ବରୁ ଏକ ପ୍ରକାରର ରୋଜଗାରର ବାଟ ଖୋଲିଦେଇଛି । ପ୍ରତିଦିନ ସବୁଦଳ ଗୁଡିକରେ ଦଳ ଛାଡିବା ଓ ଅନ୍ୟ ଦଳରେ ମିଶିବା ଏକ ନିତିଦିନିଆ ଘଟଣା ହୋଇଛି । ଗଣତାନ୍ତ୍ରୀକ ବ୍ୟବସ୍ଥାରେ ଦଳବଦଳ ଏକ ଅପରାଧ ଓ ଲଜ୍ଜ୍ୟାକର ଘଟଣା ବୋଲି ବିବେଚିତ ହୋଇଥାଏ । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଦଳବଦଳ ଗଣତନ୍ତ୍ର ଏକ ଅବିଚ୍ଛେଦ୍ୟ ଅଙ୍ଗ ଓ ଏହା ଏକ ନୂଆ ନୀତି ବୋଲି ଧରି ନିଆ ଗଲାଣି । ଏଭଳି ଏକ ନିନ୍ଦିତ ବ୍ୟବସ୍ଥାକୁ ବର୍ତ୍ତମାନ ରାଜନୈତିକ ନେତାମାନେ ଯେଉଁ ଢଙ୍ଗରେ ଉସ୍ôାହିତ କରୁଛନ୍ତି ଓ ମିଶ୍ରଣ ପର୍ବ ନାମରେ ଯେପରି ଆନନ୍ଦ ଉଲ୍ଲାସର ସହ ଏହାକୁ ପାଳନ କରୁଛନ୍ତି ତାକୁ ସାଧାରଣ ଲୋକେ ଯେ ପସନ୍ଦ କରୁନାହାନ୍ତି ଏକଥା ସେମାନେ ବୁଝିପାରୁ ନାହାଁନ୍ତି । ଏସବୁ ଜାଣିଶୁଣି ମଧ୍ୟ ନିର୍ବାଚନ ରଣାଙ୍ଗନରେ କିଏ ହାରିବ ବା କିଏ ଜିତିବ ସେକଥା ଆଉ ନେତା ମାନଙ୍କ ପାଖରେ ମୁଖ୍ୟପ୍ରସଙ୍ଗ ହୋଇନାହିଁ । କେବଳ କିଏ କେଉଁ ଦଳରେ ମିଶିଲା କେଉଁ ସର୍ତ୍ତରେ, କେତେ ଅର୍ଥେ. କି ସ୍ୱର୍ଥରେ, ମିଶିଲା ତାହା ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି ।

ଓଡିଶାର ପ୍ରଥମ ପର୍ଯ୍ୟୟ ପ୍ରାର୍ଥୀ ଘୋଷଣା ହେବା ପରେ ୩ ସାଂସଦ ୩ ବିଧାୟକ ଦଳରୁ ଇସ୍ତଫା ଦେଇଥିବା ବେଳେ କଂଗ୍ରେସ ଦଳର ଜଣେ ବିଧାୟକ, ଜଣେ ପୂର୍ବତନ ବିଧାୟକ ବିଜେପି ଓ କଂଗ୍ରେସରେ ଯୋଗ ଦେଇ ସାରିଲେଣି । ଆଉ ଜଣେ ବିଧାୟକ କୃଷ୍ନଚନ୍ଦ୍ର ସଗରିଆ ବିଧାନସଭାରୁ ଇସ୍ତଫା ଦେଇ ବହୁଜନ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି । ବିଜେପି ବିଧାୟକ ଦିଲ୍ଲୀପ ରାୟ ମଧ୍ୟ ସେହି ଢଙ୍ଗରେ ବିଧାନସଭାରୁ ଇସ୍ତଫା ଦେଇ କୁଆଡେ ଯିବେ ଏ ପର୍ଯ୍ୟନ୍ତ ବାଟ ପାଉନାହାନ୍ତି । ବିଜେଡିରୁ ଇସ୍ତଫା ଦେଇଥିବା ୩ ସାଂସଦଙ୍କ ମଧ୍ୟରୁ କେବଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ କଂଗ୍ରେସ ଦଳକୁ ଯାଉଥିବା ବେଳେ ଅନ୍ୟ ସାଂସଦ ବଳଭଦ୍ର ମାଝି ଓ ଅର୍କକେଶରୀ ଦେଓ ବିଜେପି ଆଡେ ମୁହାଁଇଛନ୍ତି । ବିଧାୟକ ସୁକାନ୍ତ ନାଏକ, ଦେବରାଜ ମହାନ୍ତି ଓ ପୁର୍ଣଚନ୍ଦ୍ର ନାଏକ ବିଜେପିରେ ମିଶି ସାରିଲେଣି । ଏମାନଙ୍କ ପାଇଁ ୨୪ଘଣ୍ଟିଆ କାଉଁଟର ଖୋଲାଯାଇଛି ।

Share

Leave a Reply

Your email address will not be published. Required fields are marked *

14 − five =