କଂଗ୍ରେସ ଭବନରେ ଧାରଣା, ଟଙ୍କା ନେଇ ଦିଆଯାଉଛି ଟିକେଟ

ଭୁବନେଶ୍ବର (): ପିସିସି ସଭାପତି ଦାୟିତ୍ବ ନେବା ଦିନରୁ ନିରଂଜନ ପଟ୍ଟନାୟକ ଓ ତାଙ୍କ ଟିମ ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଥିଲେ । ଅଗଷ୍ଟ, ପରେ ଡିସେମ୍ବର ତା ପରେ ଜାନୁଆରୀ ଏମିତି ଦୁଇ ଦିନ ତଳେ ରାତି ଅଧିକା 6ଟି ଲୋକସଭା ଓ 36ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲେ । ହେଲେ ତାଲିକା ଘୋଷଣା ହେଉ ହେଉ ଦଳରେ ବିଦ୍ରୋହର ନିଆଁ ଲାଗିଲାଣି । ପ୍ରଥମେ ଜୟପୁର କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନିପତି ଅସନ୍ତୋଷର ଛୁଙ୍କ ଦେଲେ । ତାଙ୍କ ଅନୁଗତଙ୍କୁ କୋରାପୁଟ ଲୋକସଭା ପ୍ରାର୍ଥୀ କରାନଗଲେ ପରିଣାମ ଭୟଙ୍କର ହେବ ବୋଲି ଚେତାଇ ଦେଇଥିଲେ । ଆଜି କବିସୂର୍ଯ୍ୟନଗର ପ୍ରାର୍ଥୀ ଚୟନକୁ ନେଇ କଂଗ୍ରେସ ଭବନରେ ଧାରଣା ଦେଇଛନ୍ତି ସ୍ଥାନୀୟ କଂଗ୍ରେସ ନେତା ଓ କର୍ମୀ  ।

କବିସୂର୍ଯ୍ୟନଗର ପ୍ରାର୍ଥୀ ବିଜୟ କୁମାର ସାହୁ ବିରୋଧରେ ଧାରଣାରେ ବସିଛନ୍ତି ଜୋନ ସଭାପତି, ସରପଞ୍ଚ ଓ ଓ୍ବାର୍ଡ ମେମ୍ବର। ଟିକେଟ ବିଳମ୍ବ ଯୋଗୁଁ କଂଗ୍ରେସର କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝି ନିର୍ଦ୍ଦଳୀୟ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ହେଲେ ସଭାପତି କହିଛନ୍ତି ଦ୍ବିତୀୟ ପ୍ରର୍ଯ୍ୟାୟ ଟିକେଟ ଘୋଷଣାକୁ ଅପେକ୍ଷା କର । ଟିକେଟ ଘୋଷଣା ବେଳେ ଏମିତି ବିଦ୍ରୋହ ହୁଏ ।

ଟି​‌କେଟକୁ ନେଇ କଂଗ୍ରେସରେ ଟେନସନ ବଢୁଥିବା ବେଳେ ଆଶାୟୀ ପ୍ରାର୍ଥୀ ବିଦ୍ରୋହ କରିବା ଆରମ୍ଭ କରିଦେଲେଣି । କଂଗ୍ରେସ ଭବନରେ ଅନଶନରେ ବସିବା ପର୍ଯ୍ୟନ୍ତ କଥା ଗଲାଣି । ପ୍ରଥମ ପ୍ରର୍ଯ୍ୟାୟ ପ୍ରାର୍ଥୀ ତାଲିକା କାବିସୂର୍ଯ୍ୟନଗର ପାଇଁ ବିଜୟ କୁମାର ସାହୁ ନାମ ଘୋଷଣା ହୋଇଛି। ଯାହାକୁ ନେଇ ବିରୋଧ ହୋଇଛି। କବିସୂର୍ଯ୍ୟନଗରର ଜୋନ ସଭାପତି, ସମିତି ସଭ୍ୟ, ସରପଞ୍ଚ ଓ ଓ୍ବାର୍ଡ ମେମ୍ବରମାନେ ଆସି କଂଗ୍ରେସ ଭବନରେ ଧାରଣରେ ବସିଥିଲେ । ବିଜୟ କୁମାର ସାହୁ କିଏ ଚିହ୍ନି ନାହାନ୍ତି । ବାହାର ଲୋକଙ୍କୁ ଟଙ୍କା ନେଇ ପ୍ରାର୍ଥୀ କରାଯାଇଥିବା ଅଭିଯୋଗ କରିଛନ୍ତି ଏମାନେ। ତାଙ୍କ ବଦଳରେ ସ୍ଥାନୀୟ ନେତା ସୀତାରାମ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି।

ସେପଟେ ଟିକେଟ ଘୋଷଣା କରିବାରେ ବିଳମ୍ବ ଯୋଗୁ କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଚନ୍ଦ୍ରଶେଖର ପାର୍ଟି ନେତୃତ୍ବକୁ ଏକ ପ୍ରକାର ଚ୍ୟାଲେଞ୍ଜ ଦେଇଛନ୍ତି। ତେବେ ସେ କହୁଛନ୍ତି ଦଳ ଟିକେଟ ଆସିବାକୁ ସେ ଅପେକ୍ଷା କରିଛନ୍ତି।

Share

Leave a Reply

Your email address will not be published. Required fields are marked *

five × three =