ଓଡିଶା ଆସିବେ ରାହୁଲ

ଚଳିତ ମାସ ଶେଷ ସପ୍ତାହରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଦୁଇଦିନିଆ ଗସ୍ତରେ ଆସିବେ କଂଗ୍ରେସ ସଭାପତି ଉପକୂଳ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ରାହୁଲ ବିଭିନ୍ନ ସଭାରେ ଯୋଗ ଦେବେ । ସେଠାରେ କର୍ମୀଙ୍କ ଯୋଶ ବଢ଼ାଇବା ପାଇଁ ଉଦବୋଧନ ଦେବେ ରାହୁଲ । ତେବେ କେତେ ତାରିଖରେ ସେ ଓଡିଶା ଆସିବେ ତାହା ଜଣାପଡିନାହିଁ । ରାହୁଲଙ୍କୁ ଏ ନେଇ ପ୍ରସ୍ତାବ ଦିଆଯାଇଛି ଓ ୭ ତାରିଖ ପରେ ତାଙ୍କର ଗସ୍ତ ସମ୍ପର୍କରେ ବିସ୍ତୁତ ତଥ୍ୟ ଜଣାପଡିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କର୍ମୀଙ୍କ ଜୋଶ ବଢାଇବା ଲାଗି ରାହୁଲ ଉପକୂଳ, ଦକ୍ଷିଣ ଓ ପଶ୍ଚିମରେ ସଭା କରିବେ । ଜାନୁଆରୀ ଓ ଫେବୃଆରୀରେ ବି ରାହୁଲ ଓଡିଶା ଆସିବେ ବୋଲି ଜଣାଯାଇଛି ।
ସେପଟେ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀରେ ବିରୋଧୀ ଦଳ ଉପନେତା ଚିରଞ୍ଜୀବି ବିଶ୍ବାଳ ଦଳକୁ ଆହ୍ବାନ ଦେଇଛନ୍ତି । ରାଜ୍ୟରେ କ୍ଷମତାକୁ ଆସିବାକୁ ପଂଚାୟତ ସମ୍ମିଳନୀରେ ଆହ୍ୱାନ ଦେଇଛନ୍ତି ଚିରଞ୍ଜୀବି ବିଶ୍ବାଳ । ପଞ୍ଚାୟତ ଓ ବ୍ଲକ ସ୍ତରରେ ବିଜେଡି କର୍ମୀମାନେ ହରିଲୁଟ କରୁଛନ୍ତି । ଅନେକ ଅନ୍ୟାୟ ମଧ୍ୟ କରୁଛନ୍ତି । ବିଜେଡିର ଗୁଣ୍ଡାରାଜ, ଆମ ଗାଁ ଆମ ବିକାଶ ନାଁରେ କେବଳ ବିଜେଡି ଦଲାଲଙ୍କ କଥା ଚାଲୁଛି । ହେଲେ ଚାହିଁଲେ ମଧ୍ୟ ଅନ୍ୟାୟ ବିରୋଧରେ ପ୍ରତିବାଦ କରିପାରୁନୁ କହି ଦୁଃଖ ପ୍ରକାଶ କରିଛନ୍ତି ଚିରଞ୍ଜୀବି ବିଶ୍ବାଳ ।

Share

Leave a Reply

Your email address will not be published. Required fields are marked *

fourteen + thirteen =