କାହିଁକି ହାତ ଛାଡିଲେ ଚକ୍ରଧର ପାଇକ ?

ବିଜେଡିରେ ଯୋଗ ଦେଲେ ଚକ୍ରଧର ପାଇକ ।ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶତାଧିକ ସମର୍ଥକଙ୍କ ସହ ଚକ୍ରଧର ପାଇକ ବିଜେଡିରେ ଯୋଗ ଦେଇଛନ୍ତି। ଏହାକୁ ସେ ଘର ବାହୁଡ଼ା ବୋଲି କହିଛନ୍ତି।
ଚକ୍ରଧର କହିଛନ୍ତି, ୧୯୭୪ ମସିହାରେ ଯେତେବେଳେ ବିଧାୟକ ଥିଲି, ସେତେବେଳେ ବିଜୁ ବାବୁଙ୍କ ପାର୍ଟିରେ ହିଁ ଥିଲି। ବିଜୁ ବାବୁଙ୍କ ପାଇଁ ପାର୍ଟିକୁ ଆସିଥିଲି ଓ ବିଧାୟକ ହୋଇଥିଲି। ତେଣୁ ଶେଷ ସମୟରେ ମୁଁ ବିଜୁ ଜନତା ଦଳରେ ଯୋଗ ଦେଇ ଗଜପତି ଜିଲ୍ଲାର ତଥା ମୋହନା ନିର୍ବାଚନ ମଣ୍ଡଳୀ ଲୋକଙ୍କ ସେବା କରିବାକୁ ଚାହୁଁଛି। ୨୦୧୯ରେ ନିର୍ବାଚନ ଲଢ଼ିବେ କି ନାହିଁ ପଚରାଯିବାରେ ସେ କହିଛନ୍ତି, ଏ ନେଇ ଦଳ ଯାହା ନିଷ୍ପତ୍ତି ନେବ, ତାକୁ ସେ ଗ୍ରହଣ କରିବେ। ସେ କୌଣସି ସର୍ତ୍ତ ରଖି ବିଜେଡିକୁ ଆସି ନାହାନ୍ତି। ଦଳ ଯେଉଁ ଦାୟିତ୍ୱ ଦେବ, ତାହା ସେ ଗ୍ରହଣ କରିବେ।
୨୦୧୪ରେ କଂଗ୍ରେସ ଟିକେଟ୍ ନଦେବା ପରଠାରୁ ସେ ଦଳ ଛାଡ଼ି ଦେଇଥିଲେ ବୋଲି କହିଛନ୍ତି।

Share

Leave a Reply

Your email address will not be published. Required fields are marked *

19 + twelve =