ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି

ଭୁବନେଶ୍ୱର()ମାର୍ଚ୍ଚ୩ରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ପରୀକ୍ଷା । ପରୀକ୍ଷା ସୁରୁଖୁରୁ ଭାବେ ପରିଚାଳନା ନେଇ ଏକ ସାମ୍ବାଦିକ ସମ୍ମିଳନୀ ସିଏଚଏସଇ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ କହିଛନ୍ତି, ଅଧଘଣ୍ଟା ପୂର୍ବରୁ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବ । ନକଲି ପରୀକ୍ଷାର୍ଥୀଙ୍କ ଉପରେ କଡ଼ା ନଜର ରଖାଯିବ । ଏହାସହ ସେ କହିଛନ୍ତି ଯେ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି ।

ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ କଳାରେ ୨,୨୦,୪୩୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେହିପରି ବିଜ୍ଞାନରେ ୯୭,୫୪୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ବାଣିଜ୍ୟରେ ୨୫,୭୮୫ ଛାତ୍ରଛାତ୍ରୀ ଏବଂ ଧନ୍ଦାମୂଳକ ପରୀକ୍ଷାରେ ୭,୦୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

 

Share

Leave a Reply

Your email address will not be published. Required fields are marked *

five × one =